ଆମେରିକାକୁ ଟପିବ ଆସନ୍ତା ସାଧାରଣ ନିର୍ବାଚନର ଖର୍ଚ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଆମେରିକାକୁ ଟପିବ ଆସନ୍ତା ସାଧାରଣ ନିର୍ବାଚନର ଖର୍ଚ୍ଚ

ନୂଆଦିଲ୍ଲୀ: ଆଜି ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଭାରତରେ ଏଥର ବିଶ୍ୱର ସବୁଠୁ ବ୍ୟୟ ବହୁଳ ନିର୍ବାଚନ ହେବ। ଯାହାକି ଆମେରିକାର ସାଧାରଣ ନିର୍ବାଚନ ଖର୍ଚ୍ଚକୁ ଟପିଯିବ ବୋଲି ଆକଳନ କରାଯାଉଛି। ‘କାରନିଜ ଏଣ୍ଡାଓମେଣ୍ଟ ଫର୍ ଇଣ୍ଟରନ୍ୟାଶନାଲ ପିସ ଥିଙ୍କଟ୍ୟାଙ୍କ’ର ବରିଷ୍ଠ ଅଧିକାରୀ ଏବଂ ଦକ୍ଷିଣ ଏସିଆ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ମିଲନ ବୈଷ୍ଣବ ଏହି ଆକଳନ କରିଛନ୍ତି ।

୨୦୧୬ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ କଂଗ୍ରେସ ନିର୍ବାଚନରେ ୪୬,୨୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୪ରେ ଭାରତରେ ହୋଇଥିବା ସାଧାରଣ ନିର୍ବାଚନରେ ଏହି ଖର୍ଚ୍ଚର ପରିମାଣ ୩୫, ୫୪୭ କୋଟି ହୋଇଥିଲା। କିନ୍ତୁ ନିର୍ବାଚନରେ ଖର୍ଚ୍ଚ ପରିମାଣ ପ୍ରାୟ ୬୦ ହଜାର କୋଟି ଅର୍ଥାତ ଆମେରିକା ନିର୍ବାଚନ ଖର୍ଚ୍ଚ ଅପେକ୍ଷା ଢେର ଅଧିକ ହେବ ବୋଲି ଆକଳନ କରାଯାଇଛି।

ସେଣ୍ଟର ଫର ମିଡିଆ ଷ୍ଟଡିଜର ସର୍ଭେରେ କର୍ଣ୍ଣାଟକରେ ହୋଇଥିବା ଗତ ବିଧାନସଭା ନିର୍ବାଚନ ଭାରତରେ ସବୁଠୁ ମହଙ୍ଗା ବିଧାନସଭା ନିର୍ବାଚନ ବୋଲି ଉଲ୍ଲେଖ ରହିଛି। ଯେଉଁଥିରେ ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ଖର୍ଚ୍ଚ ୯, ୫୦୦ କୋଟିରୁ ୧୦, ୫୦୦ କୋଟି ହୋଇଥିବା ଆକଳନ କରାଯାଇଛି।



from Odisha Reporter https://ift.tt/2VOG9W0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages