ଆତଙ୍କବାଦୀ ମାସୁଦକୁ ନେଇ ମୋଦି-ରାହୁଲ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଆତଙ୍କବାଦୀ ମାସୁଦକୁ ନେଇ ମୋଦି-ରାହୁଲ ମୁହାଁମୁହିଁ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ଏବଂ ମାସୁଦ ଆଝାରକୁ ମୁକ୍ତି ଦେବା ପ୍ରସଙ୍ଗରେ ବିଜେପି-କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସେତେବେଳେ କ୍ଷମତାରେ ଥିବା କଂଗ୍ରେସ ସରକାର ଆତଙ୍କବାଦୀ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ୧୬୬ ଜଣ ସାଧାରଣ ଲୋକଙ୍କ ଜୀବନ ନେଇଥିବା ୨୦୦୮ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେବା ପାଇଁ ଯବାନ ଜୋଶ୍‌ରେ ଥିବାବେଳେ ସେତେବେଳର ସରକାର ଥଣ୍ଡାରେ ଥିଲେ ବୋଲି କହିଛନ୍ତି ମୋଦି।

୨୦୧୬ରେ ଉରୀରେ ଆତଙ୍କବାଦୀ ଆକ୍ରମଣ ହେଲା, ଯବାନ ମାନେ ସର୍ଜିକାଲ ଷ୍ଟ୍ରାଇକ କରି ଆତଙ୍କବାଦୀ ଓ ପାକିସ୍ତାନକୁ କଡ଼ା ଜବାବ ଦେଲେ । ସେହିପରି ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭାବିଲା ପୁଣି ସ୍ଥଳଭାଗରେ ସର୍ଜିକାଲ ଷ୍ଟ୍ରାଇକ ହେବ । କିନ୍ତୁ ବାୟୁସେନା ଆକଶମାର୍ଗରେ ଏୟାର ଷ୍ଟ୍ରାଇକ କରି ନିଜର ପରାକ୍ରମ ଦେଖାଇଛି ବୋଲି ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାରେ ଆୟୋଜିତ ଏକ ସମାବେଶରେ କହିଛନ୍ତି । ଆମ ସେନାଙ୍କ ସଫଳତା ଓ ବକ୍ତବ୍ୟକୁ ଭରସା ନକରି ପାକିସ୍ତାନ ସରକାର ସପକ୍ଷରେ ମତ ରଖୁଥିବା ନେତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।
ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ମାସୁଦ ଆଝାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ମାଗିଛନ୍ତି। ମାସୁଦ ଅଝାର କିଏ ? ପୁଲୱାମାରେ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ କିଏ ଦାୟୀ କରିଛି ନିଜକୁ ? ଏଭଳି କିଛି ପ୍ରଶ୍ନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ୧୯୯୯ରେ ବିମାନ ଅପହରଣ ମାମଲାରେ ସେତେବେଳର ବିଜେପି ନେତୃତ୍ବାଧୀନ ଅଟ୍ଟଳ ବିହାରୀ ବାଜପେୟୀ ସରକାର ଆଫଗାନିସ୍ତାନର କାନ୍ଦାହାର ଦେଇ ମାସୁଦକୁ ପାକିସ୍ତାନ ପଠାଇଥିଲା । ବିଜେପି ମାସୁଦ ଆଝାରକୁ  ପାକିସ୍ତାନ ପଠାଇଛି ବୋଲି ରାହୁଲ କହିଛନ୍ତି । ଯଦି ଆତଙ୍କବାଦୀ ଆଗରେ ମୁଣ୍ଡ ନୁଆଁଇବା ଠିକ୍ ନୁହେଁ, ତାହେଲେ କାହିଁକି ମାସୁଦକୁ ବିଜେପି ସରକାର ଜେଲରୁ ଛାଡିଦେଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।


from Odisha Reporter https://ift.tt/2ENtTOq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages