ଦାମ କହିଲେ- ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି: ବିଷ୍ଣୁ କହିଲେ- ଦାମ ପଦ୍ମ ଧରି ବଙ୍ଗୋପସାଗର ଆଡ଼େ ମୁହାଁଇଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଦାମ କହିଲେ- ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି: ବିଷ୍ଣୁ କହିଲେ- ଦାମ ପଦ୍ମ ଧରି ବଙ୍ଗୋପସାଗର ଆଡ଼େ ମୁହାଁଇଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉଷ୍ମ ହେଉଛି ଜଗତସିଂହପୁର ରାଜନୈତିକ ପାଣିପାଗ। ଆଉ ଠିକ୍‌ ଏତିକି ବେଳେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା ରାଜନୀତିର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ନେତା ବିଷ୍ଣୁ ଦାସ ଓ ନିକଟରେ ବଜେପିରେ ସାମିଲ୍‌ ହୋଇଥିବା ଡାକ୍ତର ଦାମୋଦର ରାଉତ। ସେ ବିଷ୍ଣୁଙ୍କୁ ଆକ୍ଷେପ ଓ ପ୍ରତିଆକ୍ଷେପ କରିଛନ୍ତି। ଏହାର ଜବାବ ସଙ୍ଗେ ସଙ୍ଗେ ଦେଇଛନ୍ତି ବିଷ୍ଣୁ। ସେ କହିଛନ୍ତି ଦାମ ପଦ୍ମ ଧରି ବଙ୍ଗୋପସାଗରରେ ଉବୁଟୁବୁ ହେବେ।

ଦୁଇ ଦିନ ତଳେ ଡାକ୍ତର ରାଉତ ବିଜେପିରେ ଯୋଗଦେଇଛନ୍ତି। ଗତକାଲି ସେ ଓଡ଼ିଶା ଫେରିବା ପରେ ତାଙ୍କୁ ବିଜେପି କାର୍ଯ୍ୟାଳୟରେ ସ୍ୱାଗତ କରାଯାଇଥିଲା। ବିଜେପିରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଦାମ। ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଷ୍ଣୁ ଦାସଙ୍କୁ ଆକ୍ଷେପ କରି ଦାମ କହିଛନ୍ତି-“ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି। ତାଙ୍କର ରାଜନୈତିକ ଚରିତ୍ର ନାହିଁ। ସେ ଜଣେ ଅବାଞ୍ଛିତ ବ୍ୟକ୍ତି। ବିଷ୍ଣୁ ବଞ୍ଚିଥିବା ଯାଏ ଲୋକସଭା କି ବିଧାନସଭା ଦେଖିବେ ନାହିଁ।”
ଦାମଙ୍କର ଏହି ଆକ୍ଷେପକୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି ବିଷ୍ଣୁ।
ସେ କହିଛନ୍ତି-“ଦାମଙ୍କୁ ମୁଁ ମୋର ପ୍ରତିଦ୍ୱନ୍ଦ୍ୱୀ ଭାବିନି। ମୋ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କର ସେତିକି ସକ୍ଷମତା ନାହିଁ। ସେ ପାରାଦୀପରୁ ଏବେ ବାଲିକୁଦା-ଏରସମା ଆଡ଼କୁ ମୁହାଁଇଲେଣି। ପଦ୍ମ ଧରି ସେ ଧୀରେ ଧୀରେ ବଙ୍ଗୋପସାଗର ଯିବେ। ଆଉ ତା’ପରେ ବଙ୍ଗୋପସାଗରରେ ଉବୁଟୁବୁ ହେବେ।”



from Odisha Reporter https://ift.tt/2F9poOk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages