ଇମ୍ରାନ୍‌ ଖାନ୍‌ଙ୍କ ଦଳରେ ମିଶିଲେ ଆତଙ୍କୀ ସଂଗଠନର ପ୍ରତିଷ୍ଠାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଇମ୍ରାନ୍‌ ଖାନ୍‌ଙ୍କ ଦଳରେ ମିଶିଲେ ଆତଙ୍କୀ ସଂଗଠନର ପ୍ରତିଷ୍ଠାତା

ଇସ୍‌ଲାମାବାଦ: ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ସରକାର କେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତା’ର ଅସଲ ଚିତ୍ର ସାମ୍ନାକୁ ଆସିଛି। ଗୋଟିଏ ପଟେ ପାକିସ୍ତାନ ସରକାର ବ୍ୟାନ୍‌ ହୋଇଥିବା ସଂଗଠନର ସଦସ୍ୟମାନଙ୍କୁ ଗିରଫ କରିଥିବା କହୁଥିବା ବେଳେ ଅନ୍ୟପଟେ ସେମାନଙ୍କୁ କେମିତି ସହଯୋଗ କରୁଛନ୍ତି, ତାର ପ୍ରମାଣ ମିଳିଛି। ପାକିସ୍ତାନରେ ବ୍ୟାନ୍‌ ହୋଇଥିବା ଏକ ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ଆଜି ସରକାରୀ ଦଳ ପାକିସ୍ତାନ-ଇ-ତେହେରିକ-ଇନସାଫ୍‌ (ପିଟିଆଇ)ରେ ଯୋଗଦେବା ପରେ ଇମ୍ରାନ୍‌ ଖାନ୍‌ଙ୍କ ଅସଲ ମୁଖା ଖୋଲିଯାଇଛି।

ପାକ୍‌ ମିଡିଆ ରିପୋର୍ଟ ଅନୁଯାୟୀ, ବ୍ୟାନ୍‌ ହୋଇଥିବା ହରକତ ଉଲ ମୁଜାହିଦ୍ଦିନର ପ୍ରତିଷ୍ଠାତା ମୌଲାନା ଫଜଲୁର ରେହମାନ ଖଲିଲ ଆଜି ଇମ୍ରାନ ଖାନ୍‌ଙ୍କ ପିଟିଆରେ ସାମିଲ ହୋଇଛନ୍ତି। ଦେଶରେ ଶାସନ କରୁଥିବା ପିଟିଆଇର ବିରିଷ୍ଠ ନେତା ଅସଦ ଉମର ଏକଥା ଘୋଷଣା କରିଛନ୍ତି। ସେ କହିଛନ୍ତି, “ କେବଳ ଫଜଲୁର ନୁହନ୍ତି ତାଙ୍କ ଦଳର ସମସ୍ତ ସଦସ୍ୟ ଏବଂ ସମର୍ଥକମାନେ ମଧ୍ୟ ଆଜି ପିଟିଆଇରେ ସାମିଲ ହୋଇଛନ୍ତି। ଫଜଲୁରଙ୍କ ଏଭଳି ଯୋଗଦାନ ପିଟିଆଇକୁ ଆହୁରି ସଶକ୍ତ କରିବ।”

ଫଜଲୁରର ଆତଙ୍କୀ ସଂଗଠନ ବ୍ୟାନ୍‌ ହେବା ପରେ ସେ ଅନସାର ଉଲ ଉମ୍ମା ନାମକ ଏକ ରାଜନୀତିକ ଦଳଗଠନ କରିଥିଲା। ଏହି ରାଜନୀତିକ ଦଳ ଲୋକଙ୍କ ସେବା ଅପେକ୍ଷା ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିଲା। ପାକିସ୍ତାନ ସାଧାରଣ ନିର୍ବାଚନରେ ମଧ୍ୟ ଫଜଲୁରର ଦଳ ପ୍ରାର୍ଥୀ ଦେଇଥିଲା। ଏବେ ଫଜଲୁର ପିଟିଆ ସହ ମିଶି ନିଜର ଆତଙ୍କୀ ସଂଗଠନକୁ ଆହୁରି ବୃଦ୍ଧି କରିବାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ପାକିସ୍ତାଦ ସରକାର ଅସିଦ୍ଧ ହୋଇଥିବା ସଂଗଠନର ୧୮୨ରୁ ଅଧିକ ମଦ୍ରାସାକୁ ନିଜ ନିୟନ୍ତ୍ରଣକୁ ନେଇଥିବା କହୁଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି।



from Odisha Reporter https://ift.tt/2H5YU3S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages