ରକ୍ତଦାନ ଶିବିରରେ ଅଭିନେତ୍ରୀ ଅର୍ଚ୍ଚିତା, କ’ଣ କଲେ ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ରକ୍ତଦାନ ଶିବିରରେ ଅଭିନେତ୍ରୀ ଅର୍ଚ୍ଚିତା, କ’ଣ କଲେ ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକମାନଙ୍କୁ ମାଗଣାରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଯୋଗାଉଥିବା ‘୧୦୮ ଆମ୍ୱୁଲାନ୍ସ ସର୍ଭିସ’ ଓଡ଼ିଶାରେ ୬ ବର୍ଷର ଯାତ୍ରା ପୂରଣ କରିଛି। ଏହି ଆମ୍ୱୁଲାନ୍ସ ସେବା ‘ଜିକିତ୍ସା ହେଲଥ୍‌ କେୟାର୍‌ ଲିଃ’ ଦ୍ୱାରା ‘ଏନ୍‌ଏଚ୍‌ଏମ୍‌ ଓଡ଼ିଶା’ ସହାୟତାରେ ପରିଚାଳିଚ ହେଉଛି।

ରାଜ୍ୟରେ ୬ ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ‘ଜିକିତ୍ସା ହେଲଥ୍‌ କେୟାର୍‌ ଲିଃ.’ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଭିନେତ୍ରୀ ଅର୍ଚ୍ଚିତା, ଆମ୍ୱୁଲାଲ୍ସ ସେବାରେ ସହଯୋଗ କରୁଥିବା ସଦସ୍ୟ ଓ କର୍ମଚାରୀଙ୍କୁ ପ୍ରଶଂସା କରି କହିଥିଲେ ଯେ, ‘ଯେଉଁ ବ୍ୟକ୍ତିମାନେ ରକ୍ତଦାନ କରିବାକୁ ଆଗକୁ ଆସିଥାନ୍ତି, ସେମାନେ ପ୍ରକୃତ ଚାମ୍ପିୟନ୍‌। ନିର୍ଦ୍ଧାରିତ ସମୟରେ ରୋଗୀଙ୍କୁ ନେଇ ହସ୍ପିଟାଲ୍‌ରେ ପହଞ୍ଚାଇବା ଏବଂ ଜୀବନ ଓ ମୃତ୍ୟୁ ମଧ୍ୟରେ ଥିବା ବ୍ୟବଧାନକୁ କମ୍‌ କରି ଲୋକଙ୍କ ଜୀବନ ରକ୍ଷା କରୁଥିବା କର୍ମଚାରୀ ହିଁ ପ୍ରକୃତ ପ୍ରଶଂସାର ପାତ୍ର।’

ଏହାପରେ ସେଠି ଉପସ୍ଥିତ କର୍ମଚାରୀଙ୍କୁ ଅର୍ଚ୍ଚିତା ଖୁବ୍ ଉତ୍ସାହିତ କରିଥିଲେ। ବହୁ ସମୟ ଧରି ସେମାନଙ୍କ ସହ ଆମ୍ବୁଲାସନ୍ ସେବା ଓ ସେମାନଙ୍କ କାମ ସଂପର୍କରେ ଆଲୋଚନା କରିବା ସହ, ସମସ୍ତଙ୍କ ସହ ଖୁସିରେ ସେଲ୍‌ଫି ଉଠାଇଥିଲେ।

‘ଜିକିତ୍ସା ହେଲଥ୍‌ କେୟାର୍‌ ଲିଃ.’ ପକ୍ଷରୁ ବର୍ତ୍ତମାନ ଓଡ଼ିଶାର ୩୦ଟି ଜିଲ୍ଲାରେ ୫୧୨ଟି ଆମ୍ୱୁଲାନ୍ସ ମାଧ୍ୟମରେ ୧୦୮ ଜରୁରୀକାଳୀନ ଆମ୍ୱୁଲାନ୍ସ ସେବା ପ୍ରଦାନ କରାଯାଉଛି। ୨୦୧୩ ମସିହା ମାର୍ଚ୍ଚ ମାସରୁ ଓଡ଼ିଶାରେ ୧୦୮ ଆମ୍ୱୁଲାନ୍ସ ସେବାର ଶୁଭାରମ୍ଭ ହେବାପରେ, ପାଞ୍ଚବର୍ଷ ଭିତରେ ଓଡ଼ିଶାର ୨୧ ଲକ୍ଷ ୬୪ ହଜାର ୯୧୭ ଜଣ ରୋଗୀ ଉପକୃତ ହୋଇପାରିଛନ୍ତି।



from Odisha Reporter https://ift.tt/2NLQEX6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages