ନାଡା ସହ ୬ମାସ କାମ କରିବ ବିସିସିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ନାଡା ସହ ୬ମାସ କାମ କରିବ ବିସିସିଆଇ

ମୁମ୍ବାଇ: ଶେଷରେ ବିସିସିଆଇ ନରମ ପଡ଼ିଛି ଏବଂ ନ୍ୟାଶନାଲ୍ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ସହ ଆଗାମୀ ୬ମାସ ପର୍ଯ୍ୟନ୍ତ କାମ କରିବାକୁ ରାଜି ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ସହ ବିସିସିଆଇର ଶୀର୍ଷ ପଦାଧିକାରୀ ଏବଂ ପ୍ରଶାସକ କମିଟି (ସିଓଏ)ର ବୈଠକ ପରେ ସୋମବାର ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଭବିଷ୍ୟତରେ ଭାରତରେ ହେବାକୁଥିବା ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ୨ କୋଟି ୨୦ ଲକ୍ଷ ଡଲାର (୧୫୦ କୋଟି ଟଙ୍କା)ର ଟ୍ୟାକ୍ସ ଛାଡ଼ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା। ବିସିସିଆଇ ମନୋହରଙ୍କୁ ତା’ର ପ୍ରାପ୍ୟ ଯୋଜନା ସମ୍ବନ୍ଧରେ ଅବଗତ କରାଇଛି।

ବୋର୍ଡର ଜଣେ ସିନିୟର ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, ‘ଆଇସିସି, ବିସିସିଆଇ ଓ ନାଡା ମଧ୍ୟରେ ତ୍ରିସ୍ତରୀୟ ଚୁକ୍ତି ହେବ, ଯେଉଁ ଆଧାରରେ ରେଜିଷ୍ଟର ପୁଲରେ ସ୍ଥାନ ପାଇଥିବା ଖେଳାଳିଙ୍କ ନମୁନା ଜାତୀୟ ଡୋପ୍ ଟେଷ୍ଟ ପ୍ରୟୋଗଶାଳାରେ ନାଡା ଦ୍ୱାରା କରାଯିବ। ଏହା ପୂର୍ବରୁ ସ୍ୱିଡେନର ଆଇଡିଟିଏମ ନମୁନାକୁ ସଂଗ୍ରହ କରୁଥିଲା। ଯଦି ଆମେ ଏଥିରେ ସନ୍ତୁଷ୍ଟ ନହେଲୁ, ତାହେଲେ ଚୁକ୍ତିର ନବୀକରଣ ହେବ ନାହିଁ’। ବୋର୍ଡ ଏପର୍ଯ୍ୟନ୍ତ ନାଡା ପ୍ରତି ତା’ର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିନାହିଁ । ନାଡାର ମହାନିର୍ଦ୍ଦେଶକ ନବୀନ ଅଗ୍ରୱାଲ କହିଛନ୍ତି, ଯେପର୍ଯ୍ୟନ୍ତ ମୋତେ ବିସିସିଆଇଠାରୁ ଲିଖିତ ଆକାରରେ ସ୍ପଷ୍ଟୀକରଣ ନମିଳିଛି, ସେ ଯାଏ ମୁଁ ଏହା ଉପରେ କୌଣସି ଟିପ୍ପଣୀ କରିବି ନାହିଁ। ମୁଁ ଏପର୍ଯ୍ୟନ୍ତ ଏନେଇ ଆନୁଷ୍ଠାନିକ ସୂଚନା ଦେଇନାହିଁ।

ୱାଡା ଆଇସିସିକୁ ସ୍ପଷ୍ଟ ଭାବେ କହିଛି ଯେ, ବିସିସିଆଇକୁ ନାଡା ଅଧୀନରେ ଆସିବାକୁ ପଡ଼ିବ। ବିସିସିଆଇ ମଧ୍ୟ ଏହି ସର୍ତ୍ତରେ ରାଜି ହୋଇଛି ଏବଂ ନିଜେ ଖେଳାଳିମାନଙ୍କ ମୁତ୍ର ନମୁନା ସଂଗ୍ରହ କରି ନାଡାକୁ ଦେବ। ବୋର୍ଡ ଅଧିକାରୀ ଜଣକ ଆହୁରି କହିଛନ୍ତି, ନାଡାର ଡୋପ୍ ନିୟନ୍ତ୍ରଣ ଅଧିକାରୀଙ୍କ ଉପରେ ଆମର ଆଦୌ ଭରସା ନଥିବା ବୈଠକରେ କହିଥିଲୁ। ନାଡା ଡିସିଓ ଦ୍ୱାରା ସଠିକ୍ ଭାବେ ନମୁନାକୁ ଏକତ୍ର କରୁନଥିବାର ଅନେକ ଉଦାହରଣ ଦେଖିବାକୁ ମିଳିଛି।

ଆମେ ଭାରତର କିଛି ବଡ଼ ଖେଳାଳି ଯଥା ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ କଥା କହୁଛୁ। ଆମେ ସେମାନଙ୍କ ଉପରେ ଆଖି ବୁଜିକି ବିଶ୍ୱାସ କରିପାରିବୁନି। ଆମେ ୧୦ ପ୍ରତିଶତ ନମୁନା ପରୀକ୍ଷଣ କରାଇବୁ, ଯାହା ସବୁଠାରୁ ନ୍ୟୁନତମ। ଏଥିରେ କିଛି ଶୀର୍ଷସ୍ତରୀୟ ଜାତୀୟ କ୍ରିକେଟର ଏବଂ କିଛି ପ୍ରଥମଶ୍ରେଣୀ କ୍ରିକେଟରଙ୍କ ନମୁନା ମଧ୍ୟ ସାମିଲ୍ ହେବ ବୋଲି ବିସିସିଆଇର ଏହି ଅଧିକାରୀ ଜଣକ କହିଛନ୍ତି। ଏଜେଣ୍ଡାରେ ଦ୍ୱିତୀୟ ତଥା ଅନ୍ତିମ ଚର୍ଚ୍ଚା ୧୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଉପରେ ହୋଇଥିଲା, ଯେଉଁଥିରେ ୨୦୧୬ ଟି-୨୦ ବିଶ୍ୱକପ୍ ସହ ଭବିଷ୍ୟତରେ ଭାରତରେ ହେବାକୁଥିବା ୨୦୨୧ ଟି-୨୦ ବିଶ୍ୱକପ୍ ଏବଂ ୨୦୨୩ ଦିନିକିଆ ବିଶ୍ୱକପର ବକେୟା ପ୍ରାପ୍ୟ ସାମିଲ୍ ଥିଲା।



from Odisha Reporter https://ift.tt/2Ob0ims

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages