
ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ଏସ୍.ମାରିଙ୍ଗି ଗାଁର ଆବାସିକ ସ୍କୁଲର ଜଣେ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ମୃତ ଛାତ୍ରୀ ନାଁ ଟୁନି ରୋହିତ। ସେ ଦ୍ୱିତୀୟ ଶ୍ରେଣୀର ପାଠ ପଢ଼ୁଥିଲେ।
ଗତକାଲି ରାତିରେ ଭାତ, ଡାଲି ଓ ଟମାଟୋ ଖଟା ଛାତ୍ରୀମାନେ ଖାଇଥିଲେ। ତେବେ ଆଜି ସକାଳେ ସମ୍ପୃକ୍ତ ଦ୍ୱିତୀୟ ଶ୍ରେଣୀଙ୍କ ଛାତ୍ରୀ ମୃତ୍ୟୁ ଘଟିଥିଲା ଓ ୫ ଜଣଙ୍କ ଅସୁସ୍ଥ ହୋଇପଡ଼ିଥିଲେ। କିପରି ଏବଂ କେଉଁ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।
from Odisha Reporter https://ift.tt/2UUh0Jo
No comments:
Post a Comment