ଥାନାରେ ଶାସକ ଦଳର ଗୁଣ୍ଡାଗିରିରେ ଥାନାବାବୁ ଆତଙ୍କିତ : କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଥାନାରେ ଶାସକ ଦଳର ଗୁଣ୍ଡାଗିରିରେ ଥାନାବାବୁ ଆତଙ୍କିତ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଥାନା ଭିତରେ ବ୍ୟାପକ ଭଙ୍ଗାରୁଜା ଓ ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାକୁ କଡ଼ା ଭଷାରେ କଂଗ୍ରେସ ଭର୍ତ୍ସନା କରିଛି।

ଦଳ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୃହ ବିଭାଗ ଥାଇ ମଧ୍ୟ ଥାନାରେ ପୁଲିସ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି। ସବୁବେଳେ ଆଇନ ତା’ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ କହୁଥିଲାବେଳେ ତାଙ୍କର ଯୁବବାହିନୀର ସଦସ୍ୟମାନେ ଥାନା ଉପରେ ଆକ୍ରମଣ କରିଛନ୍ତି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବଦଳରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସ କହିଛି ଯେ, ଗତକାଲି ରବିବାର ବିଳମ୍ବିତ ରାତିରେ ଯୁବ ବିଜେଡିର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସହିଦ ନଗର ଥାନା ୪ଜଣ ଅଭିଯୁକ୍ତ ଯୁବକଙ୍କୁ ପିସିଆର ଭ୍ୟାନରେ ସହିଦ ନଗର ଥାନାକୁ ଆଣୁଥିଲେ। ସେହି ଅଭିଯୁକ୍ତମାନେ ଥାନା ଗେଟ ପାଖରେ ପହଞ୍ଚିବାମାତ୍ରେ ସେଠାରେ ଥିବା ୨୦-୨୫ ଜଣ ଯୁବକ ଅତର୍କିତ ଭାବରେ ପୁଲିସ୍ ହେପାଜତରେ ଥିବା ସତ୍ତ୍ୱେ ଅଭିଯୁକ୍ତଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଅତର୍କିତ ଆକ୍ରମଣରୁ ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଓ ଆଉ ଦୁଇଜଣ ଏଏସଆଇ ମଧ୍ୟ ବାଦ୍ ପଡ଼ିନଥିଲେ। ଆକ୍ରମଣକାରୀମାନେ ଏଏସ୍ଆଇ ଅଭୟ ରାଉତଙ୍କ ମୁଣ୍ଡ ଉପରେ ମଧ୍ୟ ପ୍ରହାର କଲେ। ଫଳରେ ଶ୍ରୀ ରାଉତଙ୍କ ମୁଣ୍ଡରେ ୬ଟି ଷ୍ଟିଚ୍ ପଡ଼ିଛି। ସେମାନେ ଥାନାରେ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଭଙ୍ଗାରୁଜା କରିଛନ୍ତି।

ଯଦି ରାଜଧାନୀ ଭୁବନେଶ୍ୱରରେ ସରକାରୀ ଦଳର ଯୁବଗୋଷ୍ଠୀ ଏବଂ ଯୁବ ସଂଗଠକମାନେ ଆଇନରକ୍ଷକଙ୍କୁ ଥାନା ଭିତରେ ଗୋଡ଼େଇ ଗୋଡ଼େଇ ମରଣାନ୍ତକ ଆକ୍ରମଣ କରିଛନ୍ତି ଓ ଏହାର ପ୍ରତ୍ୟକ୍ଷ ସାକ୍ଷୀ ଥାଇ ମଧ୍ୟ କେଉଁ ବାଧ୍ୟବାଧକତାରେ ଆକ୍ରମଣକାରୀମାନଙ୍କୁ ଗିରଫ କରାଯାଉନି ତାହା ଏବେ ବଡ଼ ପ୍ରଶ୍ନ ବୋଲି କଂଗ୍ରେସ କହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ବିପର୍ଯ୍ୟସ୍ତ ଏବଂ କାହା ଯୋଗୁଁ ଏଭଳି ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି, ଏକଥା ରାଜ୍ୟବାସୀ ଜାଣିବାକୁ ଆଉ ବାକିନାହିଁ। ତେଣୁ ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କର ଧନଜୀବନ କିଭଳି ସୁରକ୍ଷିତ ରହିପାରିବ ବୋଲି ପିସିସି ସେଲର ମୁଖପାତ୍ର ଓମପ୍ରକାଶ ସାହୁ ପ୍ରଶ୍ନ କରି ଉକ୍ତ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି।



from Odisha Reporter https://ift.tt/2H4avk3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages