ରେଲୱେ ଜୋନ୍‌ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ୨୦୧୪ରୁ ବିଜେଡି ସାଂସଦମାନେ କାହିଁକି ଚୁପ୍‌ ଥିଲେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ରେଲୱେ ଜୋନ୍‌ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ୨୦୧୪ରୁ ବିଜେଡି ସାଂସଦମାନେ କାହିଁକି ଚୁପ୍‌ ଥିଲେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୪ ମସିହାରେ ଆନ୍ଧ୍ରପ୍ରଦେଶର ପୁନର୍ଗଠନର ପ୍ରସ୍ତାବ ଆଇନ୍‌ରେ ପରିଣତ ହେବା ସମୟରେ ବିଜୁ ଜନତା ଦଳର ବନ୍ଧୁମାନେ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥିତ ଥିଲେ। ରେଲୱେ ଜୋନ୍‌ ୱାଲଟିୟର୍‌ରେ ହେବା ପ୍ରସଙ୍ଗରେ ବିଜେଡିର ସାଂସଦମାନେ ପଦୁଟିଏ ହେଲେ ପାଟି ଫିଟେଇ ନଥିଲେ। ସେତେବେଳେ ଚୁପ୍‌ ରହି ଆଜି କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, “ମିଛ କହିବା ନବୀନ ପଟ୍ଟନାୟକ ଓ ବିଜେଡି ନେତାଙ୍କଠାରୁ ଶିଖିବା ଦରକାର। ବିଜେଡି ନେତାମାନେ ସାଂସଦରେ ଏହି ପ୍ରସଙ୍ଗରେ ମୂଳ ପ୍ରଶ୍ନକୁ ଉଠାଇ ନଥିଲେ। ବିଜୁ ଜନତା ଦଳର ଲୋକମାନେ ଏପଟସେପଟ ପଇଁତରା କରି କଥା କହିବାରେ ଧୂରନ୍ଧର। ରାୟଗଡ଼ାରେ ରେଳ ଡିଭିଜନ ହେବା ନେଇ ବିଜେଡିର ଏତେ ରାଗ କାହିଁକି? ରାୟଗଡାରେ ରେଳ ଡିଭିଜନ ହେବା ନେଇ କାହିଁକି ବିରୋଧ କରାଯାଉଛି। ଯେତେବେଳେ ପ୍ରଧାନମନ୍ତ୍ରୀ କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁରକୁ ଆକାଂକ୍ଷୀ ଜିଲ୍ଲା ଭାବେ ପ୍ରସ୍ତାବ ଦେଲେ, ସେତେବେଳେ ରାଜ୍ୟ ସରକାର ଏହାକୁ ବିରୋଧ କରିଥିଲେ। ଆଜି ମଧ୍ୟ ରାୟଗଡାରେ ରେଳ ଡିଭିଜନ ହେବା ବେଳେ ଏହାକୁ ବିରୋଧ କରାଯାଉଛି।”



from Odisha Reporter https://ift.tt/2UiZONt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages