ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଫାଇଦା ଓଡ଼ିଆ ଚାଷୀଙ୍କୁ ଉପଲବ୍ଧ କରାଇବାରେ ରାଜ୍ୟ ସରକାରଙ୍କ ଅସହଯୋଗ କରୁଛନ୍ତି। ତା’ ସହିତ ‘କାଳିଆ’ ଯୋଜନାରେ ଜାଣିଶୁଣି ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରାଇ ମହାଘୋଟାଲା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଆଜି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ମାଗିଥିବା ଓଡିଶାରୁ ସମସ୍ତ ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ନିର୍ଭୁଲ ଭାବେ ରାଜ୍ୟ ସରକାର ନଦେଇ କାହିଁକି ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା ପଠାଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଯଦି ୫୦ ଲକ୍ଷ ଚାଷୀଙ୍କ ତାଲିକା ଅଛି, ତେବେ ୯ ଲକ୍ଷ ତାଲିକା କାହିଁକି ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡିଶା ଚାଷୀଙ୍କ ଅଧିକାରକୁ ରାଜ୍ୟ ସରକାର ଛଡ଼ାଇ ନେଉଛନ୍ତି।

ଆୟୁଷ ଯୋଜନାରୁ ଗରିବ ଓଡ଼ିଆ ଲୋକଙ୍କୁ ବଞ୍ଚିତ କରିବା ଭଳି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ଲାଭରୁ ଓଡ଼ିଶାର ଚାଷୀ ବଞ୍ଚିତ ନହୁଅନ୍ତୁା ରାଜ୍ୟ ସରକାର ଏବେ ସୁଦ୍ଧା ୩୦ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ପଠାଇଛନ୍ତି ବୋଲି ଦାବି କରୁଛନ୍ତି। ଯଦି ୩୦ଲକ୍ଷ ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ସମସ୍ତ ତଥ୍ୟ ଅଛି ତାହେଲେ ତାକୁ କେନ୍ଦ୍ର ପଠାଇବାରେ ଅସୁବିଧା କେଉଁଠି ଅଛି ?

କାଳିଆ ଯୋଜନାରେ ୫୭ ଲକ୍ଷ ଚାଷୀଙ୍କୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପ୍ରଥମ କିସ୍ତିରେ ଏବେ ସୁଦ୍ଧା ୩୦ ଲକ୍ଷ ଚାଷୀଙ୍କୁ ଦିଆଯାଇଛି ବୋଲି ସେ କହିଛନ୍ତି। ବାକି ୨୭ ଲକ୍ଷ ଚାଷୀଙ୍କୁ କେବେ ମିଳିବ ତାହା ନ କହି ଏବେ ଦ୍ୱିତୀୟ କିସ୍ତି ଅର୍ଥ ଦିଆଯିବ ବୋଲି କହୁଛନ୍ତି। ବାକି ୨୭ ଲକ୍ଷ ଚାଷୀଙ୍କୁ କେବେ ସହାୟତା ମିଳିବ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। କାଳିଆ ଯୋଜନାରେ ୩ ଲକ୍ଷ ଭାଗଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ଯାଇଛି ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି। ରାଜ୍ୟରେ ଭାଗଚାଷୀ ଏବଂ ଭୂମିହୀନ ଚାଷୀଙ୍କ ଗଣନା ରାଜ୍ୟ ସରକାର କରିନଥିବାବେଳେ ଏହି ତଥ୍ୟ କେଉଁଠୁ ଆଣିଲେ ଓ ସେମାନଙ୍କୁ କିଭଳି ସହାୟତା ଦେଇଛନ୍ତି ବିଜେପି ପ୍ରଶ୍ନ କରିଛି। ମୁଖ୍ୟମନ୍ତ୍ରୀ ଖାଲି ଭାଷଣ ମାରି ଭାଗଚାଷୀମାନଙ୍କୁ ପ୍ରତାରିତ ଏବଂ ଲଜ୍ଜିତ କରନ୍ତୁ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

କାଳିଆ ଯୋଜନାର ଗ୍ରୀନ ଫର୍ମ ଆଧାରରେ ରାଜ୍ୟ ସରକାର ଜାରି କରିଥିବା ହିତାଧିକାରୀ ତାଲିକାର ତଥ୍ୟ ଅନୁସାରେ ଜଣେ ଜଣେ ହିତାଧିକାରୀଙ୍କ ନାଁକୁ ଡବଲ ଡବଲ ଲେଖି ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ ଦିଆଯାଇଛି । ୧୦ ହଜାର ୯୪୨ ଜଣ ହିତାଧିକାରୀଙ୍କ ନାଁ ୨୨ ହଜାରରୁ ଅଧିକ ଥର ଅଛି । ରାଜ୍ୟ ସରକାରଙ୍କ ତାଲିକାରେ ହଜାର ହଜାର ନାଁ ଏକାଧିକ ବାର ରହିବା କାଳିଆ ଯୋଜନାର ସଠିକ ହିତାଧିକାରୀ ଚୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ୧୨୪୦ ଜଣ ହିତାଧିକାରୀଙ୍କ ନାମ ୨୪୯୧ ଥର ତାଲିକାରେ ରହିଛି। ଭଦ୍ରକର ୯୦୧ ହିତାଧିକାରୀଙ୍କ ନାମ ୧୮୨୮ ଥର ତାଲିକାରେ ସ୍ଥାନ ପାଇଛି । କେଉଁଝରର ୬୨୬ ଜଣ ହିତାଧିକାରୀଙ୍କ ନାମ ୧୨୬୧ ଥର ସାମିଲ ହୋଇଛି। ଖୋର୍ଦ୍ଧା ବ୍ଲକର ନରଣଗଡ ପଞ୍ଚାୟତ ହିତାଧିକାରୀ ରିପିଟିସନ୍ ମାମଲାରେ ସବୁଠୁ ଉପରେ ଅଛି। ଏହି ପଞ୍ଚାୟତର ୫୮ ଜଣ ହିତାଧିକାରୀଙ୍କ ନାମ ୧୬୯ଥର ରିପିଟ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର କଳସପୁର ପଞ୍ଚାୟତର ୬୬ ଜଣ ହିତାଧିକାରୀଙ୍କ ନାମ ୧୩୮ ଥର ତାଲିକାକୁ ଯାଇଛି । ଯାଜପୁର ଜିଲ୍ଲା ଭୁଇଁପୁର ପଞ୍ଚାୟତରେ ୩୫ ଜଣ ହିତାଧିକାରୀଙ୍କ ନାମ ୧୧୩ ଥର ତାଲିକାରେ ସାମିଲ ହୋଇଛି । ଏଥିରୁ କାଳିଆ ଯୋଜନାରେ ହୋଇଥିବା ମହାଘୋଟାଲାର ଗନ୍ଧ ସ୍ପଷ୍ଟ ବାରି ହେଉଛି ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ ଏବଂ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଂପାଦକ ରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।



from Odisha Reporter https://ift.tt/2HaEZjs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages