
ମୁମ୍ବାଇ: କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ଆଉ ଏକ ଝଟକା ଲାଗିଛି। ପଞ୍ଜାବ ବିପକ୍ଷ ମ୍ୟାଚରେ ମୁମ୍ବାଇ ଟିମ ନିର୍ଦ୍ଧାରିତ ସମୟରେ ୨୦ ଓଭର ପୂରଣ କରିପାରିନଥିଲା, ଯେଉଁ କାରଣରୁ ରୋହିତଙ୍କ ଉପରେ ସ୍ଲୋ ଓଭର ରେଟ ପାଇଁ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି।
ରୋହିତଙ୍କ ଉପରେ ଏହି ଜୋରିମାନା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ଲଗାଇଛି। ଆଇପିଏଲ ଅଫିସିଆଲ୍ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଇପିଏଲ ଆଚାର ସଂହିତା ଅନୁଯାୟୀ, ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ପ୍ରଥମ ଅପରାଧ (ସ୍ଲୋ ଓଭର ରେଟ୍)।
ଏହି କାରଣରୁ ଅଧିନାୟକ ରୋହିତଙ୍କ ଉପରେ ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟ ଆଧାରରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। ସୂଚନାଯୋଗ୍ୟ, ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ କିଙ୍ଗସ ଇଲେଭେନ୍ ପଞ୍ଜାବ ୮ ଓ୍ବିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା।
from Odisha Reporter https://ift.tt/2U82C3F
No comments:
Post a Comment