କନ୍ୟାଶ୍ରମରେ ଛାତ୍ରୀଙ୍କ ମୃତ୍ୟୁ, ଜିଲା ମଙ୍ଗଳ ଅଧିକାରୀଙ୍କ ନାମରେ ଥାନାରେ ମମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

କନ୍ୟାଶ୍ରମରେ ଛାତ୍ରୀଙ୍କ ମୃତ୍ୟୁ, ଜିଲା ମଙ୍ଗଳ ଅଧିକାରୀଙ୍କ ନାମରେ ଥାନାରେ ମମଲା

ବାରିପଦା(ମାଣିକ ଲାଲ୍‌ ପାଣି): ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ମଣିଦା କନ୍ୟାଶ୍ରମରେ ଅଘଟଣ। ଆଶ୍ରମରେ ରହି ପାଠ ପଢୁଥିବା ଜଣେ ୮ମ ଶ୍ରେଣୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ବବିତା ପାତ୍ର।

ଗତକାଲି ବବିତା କିଛି ଖାଇବା ପରେ ହଠାତ୍‌ ତାଙ୍କର ବାନ୍ତି ହୋଇଥିଲା। ସେ ଅସୁସ୍ଥ ହୋଇ ପଡିବାରୁ ସନ୍ଧ୍ୟାରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥାରେ କିଛି ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ଛାତ୍ରୀ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍କୁଲ ଓ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା।ଛାତ୍ରୀଙ୍କ ଅଭିଭାବକ ଓ କିଛି ନେତୃସ୍ଥାନୀୟ ଲୋକେ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ। ଏପରିକି ଛାତ୍ରୀ ମୃତ୍ୟୁ ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟି ବୋଲି ମଧ୍ୟ କହିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ପାଇଁ ବବିତାଙ୍କ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି।

ମୃତ ଛାତ୍ରୀଙ୍କ କକା ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ପ୍ରଧାନଶିକ୍ଷକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ(WEO) ଏବଂ ଜିଲା ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗରେ ପକ୍ଷଭୁକ୍ତ କରାଯାଇଛି।

ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କାହାରି ମତାମତ ମିଳିପାରି ନାହିଁ।



from Odisha Reporter https://ift.tt/2GZzl4v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages