
ବାଲେଶ୍ୱର(ରଞ୍ଜିତ ପାକଳ): ବନ୍ଧୁ ଘରକୁ ନିମନ୍ତ୍ରଣ କରିବା ପାଇଁ ବାଇକରେ ଯାଉଥିବା ବେଳେ ରାସ୍ତାରେ ଟ୍ରାକ୍ଟର ପିଟିଦେବାରୁ ଖୁଡ଼ିଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁତୁରା ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।
ଚାନ୍ଦିପୁର ଥାନା ପଦ୍ମପୁର ଗାଁର ଖୁଦି ଦଳେଇଙ୍କ ବୋହୂଙ୍କ ପାଖକୁ ଆସନ୍ତାକାଲି ସାଦ ଆସିବାର ଥିଲା। ସେଥିପାଇଁ ଖୁଦି ଓ ତାଙ୍କ ପୁତୁରା ବାପୁନ ଏକ ବାଇକରେ ନୂଆଗାଁର ବନ୍ଧୁଙ୍କ ଘରକୁ ନିମନ୍ତ୍ରଣ କରିବାକୁ ଯାଉଥିଲେ। ତେବେ ନଦୀଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଖୁଦି ଓ ପୁତୁରା ଗୁରୁତର ଆହତ ହୋଇଥିଲେ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଖୁଦିଙ୍କୁ ମୃତ ଘୋଷଣା କରିଥିବା ବେଳେ ବାପୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।
from Odisha Reporter https://ift.tt/2uA6NWS
No comments:
Post a Comment