
ନୂଆଦିଲ୍ଲୀ: ପ୍ରାକ୍ତନ ଜେଏନ୍ୟୁ ଛାତ୍ର ସନ୍ଦୀପ ସିଂହ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ରାଜନୀତିକ ପରାମର୍ଶଦାତା ଭାବରେ କାମ କରୁଛନ୍ତି। ଏଥିସହିତ ପୂର୍ବରୁ ମଧ୍ୟ ସନ୍ଦୀପ ରାହୁଲଙ୍କ ଭାଷଣ ଲେଖୁଛନ୍ତି ଏବଂ ମେଣ୍ଟ ବାବଦରେ ରାହୁଲଙ୍କ ଦିଗ୍ଦର୍ଶକ ସାଜିଛନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ସେହି ସନ୍ଦୀପ ୨୦୦୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କଳା ପତାକା ଦେଖାଇ ବିରୋଧ କରିଥିଲେ।
୨୦୧୭ ମସିହାରୁ ରାହୁଲଙ୍କ ସହିତ କାମ କରି ଆସୁଛନ୍ତି ସନ୍ଦୀପ। ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସିବ ପରେ ତାଙ୍କ ସହିତ ମଧ୍ୟ ସନ୍ଦୀପ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି। ଉତ୍ତରପ୍ରଦେଶର ପ୍ରତାପଗଡ଼ ଜନ୍ମିତ ସନ୍ଦୀପ ଆଲ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବାପରେ ଜେଏନ୍ୟୁ ଆସିଥିଲେ। ସେଠାରେ ବାମପନ୍ଥୀ ସଂଗଠନ ସିପିଆଇ (ଏମ୍-ଏଲ୍)ର ଛାତ୍ର ସଂଗଠନ ଆଏସା ସହିତ ଜଡ଼ିତ ହୋଇଥିଲେ। ୨୦୦୫ ମସିହାରେ ମନମୋହନଙ୍କ ଜେଏନ୍ୟୁ ଗସ୍ତ ସମୟରେ ‘ସରକାରଙ୍କ ଜନବିରୋଧୀ ନୀତି’କ ବିରୋଧ କରି ସେ କଳାପତାକା ଦେଖାଇଥିଲେ। ଏଠାରୁ ପାଠପଢ଼ା ସାରିବା ପରେ ବାମ ରାଜନୀତିରୁ ଦୂରେଇ ସେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ।
କୁହାଯାଉଛି ଗତ କିଛି ଦିନ ହେଲା ରାହୁଲ ସେଣ୍ଟ୍ରାଲ ପଲିଟିକ୍ସ ଛାଡ଼ି ବାମବାଦ ଆଡ଼କୁ ବେଶି ଢଲୁଛନ୍ତି। ସେ ବାମପନ୍ଥାର ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କ ପରାମର୍ଶ ନେବା ମଧ୍ୟ ନଜିର ରହିଛି। ଗତବର୍ଷ ୧୦୦ ଜଣ ବାମପନ୍ଥୀ ଲକ୍ଷ୍ନୌଠାରେ କଂଗ୍ରେସରେ ଯୋଗଦେଇଥିଲେ।
from Odisha Reporter https://ift.tt/2I0HUvr
No comments:
Post a Comment