ଟିକେଟ କଟିବାରୁ ଛତିଶଗଡ଼ ବିଜେପି ସାଂସଦ ଭୀଷଣ ଅସନ୍ତୁଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଟିକେଟ କଟିବାରୁ ଛତିଶଗଡ଼ ବିଜେପି ସାଂସଦ ଭୀଷଣ ଅସନ୍ତୁଷ୍ଟ

ରାୟପୁର: ଚଳିତ ସାଧାରଣ ନିର୍ବାଚନରେ ଛତିଶଗଡ଼ର ସମସ୍ତ ବିଜେପି ସାଂସଦଙ୍କ ଟିକଟ କଟାଯିବା ପରେ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ବାଚନବେଳେ କେନ୍ଦ୍ର ବିଜେପିର ଏପରି ନିଷ୍ପତ୍ତି ଦଳ ପାଇଁ କ୍ଷତିକାରକ ହେବ ବୋଲି ଅସନ୍ତୁଷ୍ଚ ବିଜେପି ସାଂସଦମାନେ କହିଛନ୍ତି।

୨୦୧୪ରେ ବିଜେପି ମୋଟ ୧୧ଟି ଲୋକସଭା ଆସନରୁ ୧୦ଟିରେ ବିଜୟୀ ହୋଇଥିଲା, ହେଲେ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଅଳ୍ପ କିଛି ଆସନରେ ବିଜୟ ପାଇ ନିଜର ସ୍ଥିତି ବଞ୍ଚାଇବାରେ ସକ୍ଷମ ହୋଇଛି। ତେବେ ଆଗାମୀ ଦିନରେ କେନ୍ଦ୍ର ବିଜେପି ଏହି ନିଷ୍ପତ୍ତି ବଦଳାଇବ ବୋଲି ରାୟପୁର ସାଂସଦ ଆଶା ରଖିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି ଦଳର ନିଷ୍ପତ୍ତିକୁ ସମସ୍ତେ ମାନିବା ଉଚିତ୍। କ୍ଷମତା ବିରୋଧୀ ହାୱା ସୃଷ୍ଟି ହୋଇଥିବାରୁ କେନ୍ଦ୍ର ବିଜେପି ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।



from Odisha Reporter https://ift.tt/2OprfDb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages