
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେକ୍ସ ସୌଦାଗର ସୁନୀଲ ମେହେରର ଘନିଷ୍ଠ ସହଯୋଗୀ ଉମାକାନ୍ତ ଦଳେଇ ଶେଷରେ ପୁଲିସ କବ୍ଜାକୁ ଆସିଛି। ସେ ଏକାଧିକ ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିଲା। କ୍ୟାପିଟାଲ ଥାନା ପୁଲିସ ତାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।
ଉମାକାନ୍ତ ଅନ୍ଲାଇନରେ ଦେହ ବ୍ୟବସାୟ କରିବା ସହ ଆଉ ଜଣେ ସେକ୍ସ ସୌଦାଗର ଇବ୍ରାହିମ ପାଇଁ କାମ କରୁଥିଲା। ପଶ୍ଚିମବଙ୍ଗରୁ ଯୁବତୀମାନଙ୍କୁ ଆଣି ଦେହ କାରବାର ଚଳାଉଥିବାର ଅଭିଯୋଗ ଉମାକାନ୍ତ ନାଁରେ ରହିଛି।
ଗରାଖଙ୍କ ଚାହିଦା ଅନୁଯାୟୀ ସେ ଯୁବତୀମାନଙ୍କୁ ବିଭିନ୍ନ ସ୍ଥାନ ଓ ହୋଟେଲକୁ ପଠାଉଥିଲା ଏବଂ ଏସ୍କର୍ଟ ସର୍ଭିସ ମଧ୍ୟ ଯୋଗାଉଥିଲା।
ପୁଲିସ ଉମାକାନ୍ତଙ୍କୁ ଚେରା କରି ବହୁ ଗୁମର ଖୋଲିଛି। ତା’ ନିକଟରୁ ବଡ଼ ବଡ଼ ଦେହ ବ୍ୟବସାୟୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି।
from Odisha Reporter https://ift.tt/2HzQnGF
No comments:
Post a Comment