
ୱାଶିଂଟନ୍: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ଓ ତା’କୁ ସହଯୋଗ କରୁଥିବା ପାକିସ୍ତାନ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ଚାଇନାକୁ ଆଜି ଆମେରିକା ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
ମାସୁଦକୁ ଜାତିସଂଘ ସୁରକ୍ଷା ପରିଷଦରେ ଚାଇନା ଭିଟୋ ପ୍ରୟୋଗ କରି ସୁରକ୍ଷା ଯୋଗାଇ ଦେଇଥିବାରୁ ଏହାକୁ ଟ୍ରମ୍ପ ପ୍ରଶାସନ ତୀବ୍ର ନିନ୍ଦା କରିଛି। ଏଭଳି ଭିଟୋ ପ୍ରୟୋଗ କରି ପାକିସ୍ତାନକୁ ଏବଂ ଆତଙ୍କବାଦୀଙ୍କୁ ଘଣ୍ଟ ନ ଘୋଡ଼ାଇ ଚାଇନା ଏକ ଦାୟିତ୍ୱବାନ ରାଷ୍ଟ୍ର ଭଳି ଆଚରଣ ପ୍ରଦର୍ଶନ କରିବାକୁ ଆମେରିକା ଆହ୍ୱାନ କରିଛି।
ଏଥିସହ ଇସ୍ଲାମାବାଦକୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଇନା ଚାପ ପକାଉ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।
ଟ୍ରମ୍ପ ପ୍ରଶାସନରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ ଚାଇନା ପାକିସ୍ତାନକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିବା ଉଚିତ ନୁହେଁ। ଏଥିସହ ଚୀନ୍ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଭଳି ପାକିସ୍ତାନ ମଧ୍ୟ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାପ ସୃଷ୍ଟି କରୁ। ପାକିସ୍ତାନ ମାଟିରେ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି।
ଏହା ବିଶ୍ୱ ପାଇଁ ବିପଦ। ତେଣୁ ଚାଇନା ଏହି ବିପଦକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ବୁଝାଉ। ଚାଇନା ଓ ଆମେରିକା ଆଞ୍ଚଳିକ ସ୍ଥିରତା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ। ହେଲେ ମାସୁଦକୁ ଜାତିସଂଘରେ ସୁରକ୍ଷା ଯୋଗାଇ ଚାଇନା ଏହି ପ୍ରତିଶ୍ରୁତିରୁ ଓହରି ଯାଇଛି। ଆମେ ଜାଣିପାରୁନାହୁଁ ଜଣେ କୁଖ୍ୟାତ ଆତଙ୍କୀଙ୍କୁ ଚାଇନା କାହିଁକି ଏତେ ଦରଦ ଦେଖାଉଛି? ଚାଇନା ନିଜ ଆଭିମୁଖ୍ୟରେ ଯଥାଶୀଘ୍ର ପରିବର୍ତ୍ତନ କରିବା ଦରକର।”
ପୁଲୱାମା ଆତଙ୍କୀ ହମ୍ଲାରେ ମାସୁଦ ହାତ ରହିଥିଲା। ଏହାପରେ ବ୍ରିଟେନ୍, ଫ୍ରାନ୍ସ ଓ ଆମେରିକା ମିଳିତ ଭାବେ ଜାତିସଂଘ ସୁରକ୍ଷା ପରିଷଦରେ ତା’କୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ହେଲେ ଚାଇନା ଏହାକୁ ଅଟକାଇ ଦେଇଥିଲା।
from Odisha Reporter https://ift.tt/2UPefZU
No comments:
Post a Comment