
ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ବେଙ୍ଗାଲୁରୁଠାରେ ଥିବା ସମ୍ପତ୍ତି ବାଜ୍ୟାପ୍ତି କରିବାପାଇଁ ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାଲ୍ୟା ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ବା ‘ଫେମା’ ଆଇନ ଉଲ୍ଲଂଘନ କରିଥିବା ଏକ ମାମଲାରେ ଏହି ପଦକ୍ଷେପ ନିଆଯାଇଛି ।
ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଦୀପକ ଶେରାୱତ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ବେଙ୍ଗାଲୁରୁ ପୁଲିସ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସ୍ୱତନ୍ତ୍ର ସରକାରୀ ଓକିଲ ଏନକେ ମତ୍ତା ଏବଂ ଓକିଲ ସମ୍ବେଦନା ବର୍ମାଙ୍କ ଜରିଆରେ ଆବେଦନ କରି ଏହି କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ଆହୁରି ସମୟ ଲାଗିବ ବୋଲି କହିବା ପରେ କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକା ପୁଲିସ୍ ଆସନ୍ତା ଶୁଣାଣି ତାରିଖ ବା ଜୁଲାଇ ୧୦ ପୂର୍ବରୁ ଏହି ସମ୍ପତ୍ତି ବାଜ୍ୟାପ୍ତ କରିବ। ବେଙ୍ଗାଲୁରୁ ପୁଲିସ୍ ପୂର୍ବରୁ କୋର୍ଟଙ୍କୁ ସୂଚନା ଦେଇଥିଲା ଯେ ମାଲ୍ୟାଙ୍କର ୧୫୯ ସମ୍ପତ୍ତି ଠାବ କରାଯାଇଛି, କିନ୍ତୁ ଗୋଟିଏ ବି ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରି ନାହିଁ।
ଏହି ମାମଲାରେ କୋର୍ଟଙ୍କ ସମନର ଉତ୍ତର ଦେବାରେ ଖିଲାପ କରିଥିବାରୁ କୋର୍ଟ ତାଙ୍କୁ ଅଭ୍ୟାସଗତ ଅପରାଧୀ ଘୋଷଣା କରିଛନ୍ତି। ଗତ ଜାନୁଆରୀ ୪ ତାରିଖରେ ମଧ୍ୟ କୋର୍ଟ ବେଙ୍ଗାଲୁରୁ ପୁଲିସକୁ ସମାନ ନିର୍ଦ୍ଦେଶ ଦେଇ ତୁରନ୍ତ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କହିଥିଲେ।
from Odisha Reporter https://ift.tt/2CzEnRg
No comments:
Post a Comment