
ଭଦ୍ରକ(ତପନ ସ୍ୱାଇଁ):ବଞ୍ଚି ଥାଉ ଥାଉ ରୋଗୀଙ୍କୁ ମାରି ଦେଲେ ଡାକ୍ତର। ଭଦ୍ରକ ଡାକ୍ତରଖାନାରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଷ୍ଟମୋର୍ଟମ ହେବାକୁ ଯିବା ଆଗରୁ ରୋଗୀଙ୍କର ହୋସ୍ ଆସିବା ପରେ ପଦାରେ ପଡ଼ିଥିଲା ଡାକ୍ତରଙ୍କ କାରନାମା। ସୂଚନା ଅନୁସାରେ, ଗତକାଲି ରାତିରେ ଭଦ୍ରକ ଧୁଷୁରା ଥାନା ଖଟୁଆପାଟଣା ଗାଁର ସୁଜିତ ଖଟୁଆଙ୍କୁ ଅଚେତ ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ କାର୍ଯ୍ୟରତ ଡାକ୍ତର କରୁଣାକର ରାଉତ ସୁଜିତଙ୍କୁ ମୃତ ଘୋଷଣା କରିବା ସହ ସକାଳେ ପୋଷ୍ଟମୋର୍ଟମ ହେବ ବୋଲି କହିଥିଲେ।
ଆଜି ସକାଳେ ସୁଜିତଙ୍କ ଚେତା ଫେରିବା ପରେ ସେ ହଠାତ୍ ଉଠି ବସିଥିଲେ। ଆଉ ତାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କୁ ମେଡିସିନ ଓ୍ୱାର୍ଡରେ ତୁରନ୍ତ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।
ଏବେ ସୁଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ତେବେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଏପରି ଅବସ୍ଥା ହୋଇଥିବାରୁ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରୋଗୀଙ୍କ ଭାଇ ଭଦ୍ରକ ଥାନାରେ ଏତଲା ଦେଇଛନ୍ତି। ସେପଟେ ଏନେଇ ସଂପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
from Odisha Reporter https://ift.tt/2TKao3M
No comments:
Post a Comment