କଂଗ୍ରେସ ନେତା କାମାତ ବିଜେପିରେ ହେବେ ସାମିଲ, ହୋଇପାରନ୍ତି ଗୋଆ ମୁଖ୍ଯମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

କଂଗ୍ରେସ ନେତା କାମାତ ବିଜେପିରେ ହେବେ ସାମିଲ, ହୋଇପାରନ୍ତି ଗୋଆ ମୁଖ୍ଯମନ୍ତ୍ରୀ

ପାଣାଜି: ଗୋଆ ମୁଖ୍ଯମନ୍ତ୍ରୀ ମନୋହର ପାରିକରଙ୍କୁ ନେଇ ରାଜନୀତି ସରଗରମ ହୋଇଛି। ବିରୋଧୀ କଂଗ୍ରେସ ସରକାର ଗଢିବା ପାଇଁ ଦାବି କରୁଥିବାବେଳେ ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି । ଗୋଆ ଉପବାଚସ୍ପତି ମାଇକେଲ ଲୋବୋ ଏହା କହିଛନ୍ତି। ପାରିକରଙ୍କ ସ୍ଥାନରେ କାମତ ନୂଆ ମୁଖ୍ଯମନ୍ତ୍ରୀ ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ସେ ମୁଖ୍ଯମନ୍ତ୍ରୀ ହେବେ କି ଆଉ କିଏ ହେବେ ତାହା କେନ୍ଦ୍ର ନେତୃତ୍ବ ସ୍ପଷ୍ଟ କରିବ ବୋଲି ଉପବାଚସ୍ପତି କହିଛନ୍ତି।

ନିକଟରେ କଂଗ୍ରେସର ୩ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବରୁ କାମାତ ମୁଖ୍ଯମନ୍ତ୍ରୀ ଥିଲେ ତେଣୁ କଂଗ୍ରେସର ଏହି ବରିଷ୍ଠ ନେତାଙ୍କୁ ଆଣି ଅନ୍ଯାନ୍ଯ ଦଳର ବିଧାୟକଙ୍କୁ ବିଜେପିରେ ସାମିଲ କରିବା ପାଇଁ ବିଜେପି ଚେଷ୍ଟା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ଯ ଗୋଆ ବିଧାନସଭାରେ ମୋଟ ୪୦ ଆସନରୁ ଜଣେ ବିଧାୟକଙ୍କର ମୃତ୍ଯୁ ଓ ଅନ୍ଯ ୨ ଜଣ କଂଗ୍ରେସରୁ ଇସ୍ତଫା ଦେବା ପରେ ୩୭ ଜଣ ବିଧାୟକ ଅଛନ୍ତି। କଂଗ୍ରେସ ପାଖରେ ୧୪ ଜଣ ବିଧାୟକ ଥିବାବେଳେ ବିଜେପି ପାଖରେ ୧୩ ଜଣ ବିଧାୟକ ଅଛନ୍ତି। ଗୋଆ ଫରୱାର୍ଡ ପାର୍ଟିରୁ ୩, ମହାରାଷ୍ଟ୍ରୱାଦି ଗୋମନ୍ତକ ପାର୍ଟିରୁ ୩ ଏବଂ ସ୍ବାଧୀନ ବିଧାୟକ ୩ ଏବଂ ଏନସିପିର ଜଣେ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି। ହେଲେ କଂଗ୍ରେସ ଦାବି କରୁଛି ବିଜେପି ସହ ମେଣ୍ଚରେ ଥିବା ଦଳ କଂଗ୍ରେସକୁ ସମର୍ଥନ କରିବେ। ତେଣୁ କଂଗ୍ରେସ ରାଜ୍ଯପାଳଙ୍କୁ ଚିଠି ଲେଖି ସରକାର ଗଢିବା ପାଇଁ ଦାବି କରିଛି।

ସୂଚନାଯୋଗ୍ଯ ମୁଖ୍ଯମନ୍ତ୍ରୀ ମନୋହର ପାରିକର ଆଗ୍ନେଶୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରୁ ଚିକିତ୍ସିତ ହୋଇ ଫେରିବା ପରେ ଏମସରେ ଭର୍ତି ହୋଇଥିଲେ। ଏବେ ପୁଣି ସେ ଗୁରୁତର ହୋଇଥିବା ବେଳେ ପାରିକରଙ୍କ ସ୍ବାସ୍ଥ୍ଯବସ୍ଥାରେ କୌଣସି ପରିବର୍ତ୍ତନ ଆସୁନଥିବା ଜଣାପଡ଼ିଛି।



from Odisha Reporter https://ift.tt/2F6oFNY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages