
ନୂଆଦିଲ୍ଲୀ: ଭାରତୀୟ ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରେଳ ଯାତ୍ରା ପୂର୍ବରୁ ସଂରକ୍ଷଣ(ରିଜର୍ଭେସନ) ଚାର୍ଟ ଅନଲାଇନରେ ଉପଲବ୍ଧ ହେବ ବୋଲି ରେଳ ବିଭାଗ ନିଷ୍ପତ୍ତି ନେଇଛି । ଏମିତିକି ଟ୍ରେନରେ କେତେ ସିଟ୍ ଖାଲି ରହିଛି ଅନଲାଇନ ମାଧ୍ୟମରେ ଜଣାପଡ଼ିବ ବୋଲି ଆଇଆରସିଟିସି ସୂଚନା ଦେଇଛି। ଏଭଳି ହେଲେ ସିଟ ପାଇବା ପାଇଁ ଯାତ୍ରୀଙ୍କୁ ଟିଟିଇଙ୍କୁ ଆଉ ଖୋଜିବାକୁ ପଡ଼ିବ ନାହିଁ। ଏହି ସୂଚନା ଉଭୟ ମୋବାଇଲ ଏବଂ ଡେସ୍କଟପରେ ଉପଲବ୍ଧ ହେବ।
ଅର୍ଥାତ୍ ଟ୍ରେନ ଟିକେଟ ବୁକିଂ ପରେ ଯାତ୍ରୀମାନେ ସିଟ ଉପଲବ୍ଧ ଅଛି କି ନାହିଁ, ସେ ବାବଦରେ ସମସ୍ତ ତଥ୍ୟ ଜାଣିପାରିବେ। ପ୍ରଥମ ଚାର୍ଟ ଟ୍ରେନ ଛାଡିବାର ୪ ଘଣ୍ଟା ପୂର୍ବରୁ ଅନଲାଇନରେ ଜଣାପଡ଼ିବ। ଦ୍ୱିତୀୟ ଚାର୍ଟ ଟ୍ରେନ ଛାଡ଼ିବାର ୩୦ ମିନିଟ ପୂର୍ବରୁ ଉପଲବ୍ଧ ହେବ। ପ୍ରଥମ ଚାର୍ଟରେ ଯେଉଁମାନେ ସିଟ ପାଇ ସୁଦ୍ଧା ସେମାନଙ୍କର ଯାତ୍ରା ବାତିଲ କରିଥିବେ ସେଗୁଡ଼ିକ ଦ୍ଵିତୀୟ ଚାର୍ଟରେ ଖାଲି ପଡ଼ିଥିବା ସିଟ ଭାବେ ଅନ୍ୟ ଯାତ୍ରୀଙ୍କୁ ଉପଲବ୍ଧ ହେବ।
from Odisha Reporter https://ift.tt/2HpBEgz
No comments:
Post a Comment