ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ କ୍ୟାମ୍ପରେ ୩୦୦ ‍ଫୋନ୍‌ ସହ ୩୦୦ ଆତଙ୍କୀ ଥିଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ କ୍ୟାମ୍ପରେ ୩୦୦ ‍ଫୋନ୍‌ ସହ ୩୦୦ ଆତଙ୍କୀ ଥିଲେ!

ନୂଆଦିଲ୍ଲୀ: ପାକିସ୍ତାନର ଖାଇବର ପାଖତୁନଖ୍ୱା ବାଲକୋଟ୍‌ରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌ରେ କେତେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ନିହତ ହୋଇଛନ୍ତି?

ଏଭଳି ପ୍ରଶ୍ନକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଭାରତୀୟ ଗୁଇନ୍ଦା ସଂସ୍ଥାର ନ୍ୟାଶନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ୍‌(ଏନ୍‌ଟିଆରଓ) ସର୍ଭେଲାନ୍ସ ସମସ୍ତଙ୍କୁ ଚକିତ କରିବା ଭଳି ଖବର ଦେଇଛି। ୨୬ ତାରିଖ ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ଗୁଇନ୍ଦା ସଂସ୍ଥା ଏନ୍‌ଟିଆରଓ ସର୍ଭେଲାନ୍ସ ଜରିଆରେ ବାଲାକୋଟ୍‌ ସ୍ଥିତ ଜୈଶ କ୍ୟାମ୍ପ ଉପରେ ନଜର ରଖିଥିଲା।

ଏହି ସମୟରେ କ୍ୟାମ୍ପ ମଧ୍ୟରେ ୩୦୦ଟି ଫୋନ୍‌ ସକ୍ରିୟ ରହିଥିଲା। ଅର୍ଥାତ ଏହି କ୍ୟାମ୍ପରେ ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ପାଖାପାଖି ୩୦୦ ଜଣ ଆତଙ୍କବାଦୀ ରହିଥିଲେ। ତେଣୁ ଜୈଶ କ୍ୟାମ୍ପ ଧ୍ୱଂସ ହୋଇଥିବାରୁ ସମସ୍ତ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି।

ଫେବୃଆରୀ ୨୬ରେ ଭାରତୀୟ ବାୟୁସେନାର ୧୨ଟି ମିରାଜ୍‌-୨୦୦୦ ଯୁଦ୍ଧ ବିମାନ ବାଲାକୋଟ୍‌ ସ୍ଥିତ ଜୈଶ କ୍ୟାମ୍ପ ଉପରେ ୧ହଜାର କେଜି ଓଜନର ବୋମା ମାଡ଼ କରିଥିଲା। ଏଠାରେ ଜୈଶର ଆତ୍ମଘାତୀ ଆତଙ୍କୀଙ୍କ ସମେତ ସେମାନଙ୍କ ଟ୍ରେନ୍‌ର ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ରହିଥିଲା। ଏହି ଏୟାର ଷ୍ଟ୍ରାଇକ୍‌ରେ ସମସ୍ତ ଆତଙ୍କୀ ପ୍ରାଣ ହରାଇଥିବା କୁହାଯାଉଛି। କିନ୍ତୁ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ।

ଆଜି ଜଣେ ଅଧିକାରୀ କହିଛନ୍ତି, ବାୟୁସେନା ତା’ର ଟାର୍ଗେଟ ଚୟନ କରିବା ପୂର୍ବରୁ ଏନ୍‌ଟିଆରଓ ସର୍ଭେଲାନ୍ସ ଜରିଆରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା। ଏଥିରେ ଭାରତର ଅନେକ ଗୁଇନ୍ଦା ସଂସ୍ଥା ନିୟୋଜିତ ହୋଇଥିଲେ। ସେମାନେ ସମସ୍ତେ ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ଜୈଶ କ୍ୟାମ୍ପରେ ୩୦୦ଟି ଫୋନ୍‌ ସକ୍ରିୟ ଥିବା କଥା କହିଥିଲେ।

ଏୟାର ଷ୍ଟ୍ରାଇକ୍‌ ପରେ କ୍ୟାମ୍ପ ମଧ୍ୟରୁ ମୋବାଇଲ୍‌ ସିଗନାଲ୍‌ ମିଳିନାହିଁ। ତେଣୁ ମୋବାଇଲ ବ୍ୟବହାର କରୁଥିବା ସମସ୍ତ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଏକ ପ୍ରକାରର ନିଶ୍ଚିତ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ରେ କେତେ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ସେକଥା ଏଯାଏ ସରକାରୀ ଭାବେ କୁହାଯାଇ ନାହିଁ। ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଆଜି ସାମ୍ବାଦିକ ସମ୍ମିଳନୀରେ କହିଥିଲେ,ବାୟୁସେନା ଦିଆଯାଇଥିବା ଟାର୍ଗେଟକୁ ହିଟ୍‌ କରିଛି, ମୃତାହତଙ୍କ ସଂଖ୍ୟା କେବଳ ସରକାର କହିପାରିବେ। ବାୟୁସେନା ସଫଳତାର ସହ ଟାର୍ଗେଟ ଧ୍ୱଂସ କରିଥିବା ସେ କହିଥିଲେ।



from Odisha Reporter https://ift.tt/2VyZIkT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages