ଆତଙ୍କୀ ଆକ୍ରମଣ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଆତଙ୍କୀ ଆକ୍ରମଣ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

କନ୍ୟାକୁମାରୀ: ଉରି ଓ ପୁଲୱାମାରେ ଆତଙ୍କୀ ଆକ୍ରମଣ ପରେ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି।

ତାମିଲନାଡୁର କନ୍ୟାକୁମାରୀ ଠାରେ ଏକ ଜନସମାବେଶରେ ଶ୍ରୀ ମୋଦି ପୁଲୱାମା ହମ୍‌ଲା ପରେ ଯବାନମାନେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ସଲାମ କରିଛନ୍ତି। ସେ କହିଛନ୍ତି, ପୂର୍ବ ସରକାରଗୁଡ଼ିକ ବେଳେ ଆତଙ୍କବାଦ ବିରୋଧରେ କୌଣସି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା। କିନ୍ତୁ ଆମ ସରକାର ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନାକୁ ପୂର୍ଣ୍ଣ କ୍ଷମତା ଦେଇଛି।

ଶ୍ରୀ ମୋଦି ନିଜ ଭାଷଣ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପ୍ରଶଂସାରୁ ଆରମ୍ଭ କରିଥିଲେ। ଶ୍ରୀ ମୋଦି କହିଛନ୍ତ,“ ପ୍ରତି ଭାରତୀୟ ଆଜି ତାମିଲନାଡୁର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପାଇଁ ଗର୍ବ କରୁଛି। ଦୀର୍ଘ ବର୍ଷ ହେଲାଣି ଦେଶ ଆତଙ୍କବାଦର ସାମ୍ନା କରି ଆସୁଛି। ୨୦୦୪ରୁ ୨୦୧୪ ମଧ୍ୟରେ ଏକାଧିକ ଆତଙ୍କବାଦୀ ଆକ୍ରମଣ ହୋଇଛି।

ଜୟପୁର, ମୁମ୍ବାଇ, ପୁଣେ, ହାଇଦ୍ରାବାଦ ଭଳି ଅନେକ ସ୍ଥାନରେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ କେହି ବି ଏଭଳି ଆତଙ୍କବାଦ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ୨୬/୧୧ ଆତଙ୍କବାଦୀ ହମ୍‌ଲା ପରେ ଭାରତ ସରକାର କିଛି କଲେନି। ହେଲେ ଆମେ ପୁଲୱାମା ଓ ଉରି ହମ୍‌ଲାର ବଦଲା ନେଲୁ।

ଯେଉଁ ସୈନ୍ୟମାନେ ଆମ ଦେଶର ସୁରକ୍ଷା କରୁଛନ୍ତି, ମୁଁ ସେମାନଙ୍କୁ ସଲାମ କରୁଛି। ଗୋଟିଏ ସମୟରେ ଆମ ଫୋର୍ସ ଆତଙ୍କବାଦୀଙ୍କ ଠାରୁ ବଦଲା ନେବାକୁ ଚାହୁଁଥିଲେ, ହେଲେ ୟୁପିଏ ସରକାର ଏଥିପାଇଁ ସେମାନଙ୍କୁ ଅନୁମତି ଦେଇ ନଥିଲା। ଏବେ ସମୟ ବଦଳିଛି ଏବଂ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି।”



from Odisha Reporter https://ift.tt/2SyHIoP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages