ସିଇଓଙ୍କ ପାଖେ ବିଜେପି ଓ ବିଜେଡି ଫେରାଦ, ଦୋଷ ଲଦାଲଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ସିଇଓଙ୍କ ପାଖେ ବିଜେପି ଓ ବିଜେଡି ଫେରାଦ, ଦୋଷ ଲଦାଲଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ରାଜନୀତିକ ଦଳ ଅନ୍ୟ ଦଳ ଉପରେ ଦୋଷ ଲଦି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କଠାରେ ଫେରାଦ ହେଉଛନ୍ତି। ଆଜି ବିଜେପି ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ଫେରାଦ ହୋଇଥିବା ବେଳେ ବିଜେଡି ଦୂରଦର୍ଶନ ନାଁରେ ଅଭିଯୋଗ କରିଛି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ଡିଆଇଜି ଆଶିଷ ସିଂହଙ୍କ ନାଁରେ ସିଇଓଙ୍କଠାରେ ବିଜେପି ଫେରାଦ ହୋଇଛି। ଶ୍ରୀ ସିଂହ ଦଳୀୟ ବ୍ୟାପାରରେ ମୁଣ୍ଡ ପୂରାଉଥିବା ବିଜେପି ଅଭିଯୋଗ କରିଛି। ଟିକେଟ ନପାଇ ଅସନ୍ତୁଷ୍ଟ ହୋଇଥିବା ବିଜେଡି ନେତାଙ୍କୁ ସେ ଡ଼ରାଉଥିବା ଅଭିଯୋଗ ହୋଇଛି। ଏପରିକି ବିଜେପିରେ ଯୋଗ ନଦେବାକୁ ପ୍ରବର୍ତ୍ତାଇବା ସହ ସେ ନେତାଙ୍କୁ ଧମକାଉଥିବା ଅଭିଯୋଗ କରିଛି ବିଜେପି। ତେଣୁ ତାଙ୍କ କ୍ୱାର୍ଟର୍ସକୁ ସିସିଟିଭି ନଜରରେ ରଖିବା ସହ ତାଙ୍କ ବଦଳି ଦାବି କରିଛି ବିଜେପି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି-“କିଏ ପ୍ରାର୍ଥୀ ହେବେ, କିଏ ଅସନ୍ତୁଷ୍ଟ ହେଲେ, କାହାକୁ କେମିତି ସନ୍ତୁଷ୍ଟ କରାଯିବ ସେହି କାମ ଆଶିଷ ସିଂହ କରୁଛନ୍ତି। ସେଥିପାଇଁ ତାଙ୍କୁ ବଦଳି କରିବାକୁ ଆମେ ଦାବି କରିଛୁ।”

ସେହିପରି ଦୂରଦର୍ଶନ ନାଁରେ ସିଇଓଙ୍କଠାରେ ଫେରାଦ ହୋଇଛି ବିଜେଡି। ଜନତାଙ୍କ ଟିକସ ଅର୍ଥରେ ଚାଲିଥିବା ଦୂରଦର୍ଶନ ପକ୍ଷପାତିତା କରୁଥିବା ବିଜେଡି ଅଭିଯୋଗ କରିଛି। ଦୂରଦର୍ଶନ ବିଜେପି ସଂପର୍କିତ ଖବର ଅଧିକ ଦେଖାଉଛି। ବିଜେଡି ଖବର ଦେଖାଉନି । ବିଜେଡିର ପ୍ରେସ୍‌ମିଟକୁ ଦୂରଦର୍ଶନ ପକ୍ଷରୁ ପ୍ରସାରଣ କରାଯାଉନଥିବା ଦଳ ଅଭିଯୋଗ କରିଛି। ଦୂରଦର୍ଶନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖବର ଦେଖାଉନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖବର ବେଶୀ ଦେଖାଉଥିବା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ସଂପୃକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“ବିଜେପି ଚାପରେ ଦୂରଦର୍ଶନ ପେଡ୍‌ ନ୍ୟୁଜ୍‌ ପରି ଖବର ପ୍ରସାରଣ କରୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛୁ।”



from Odisha Reporter https://ift.tt/2TjzQYS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages