ବିଜେପି ସରକାର ଗଢ଼ିଲେ ଓଡ଼ିଶାର ବିକାଶ ଗତିଶୀଳ ହେବ: ଶିବରାଜ ସିଂ ଚୌହାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ବିଜେପି ସରକାର ଗଢ଼ିଲେ ଓଡ଼ିଶାର ବିକାଶ ଗତିଶୀଳ ହେବ: ଶିବରାଜ ସିଂ ଚୌହାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିକାଶକୁ ଗତିଶୀଳ କରିବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ସରକାର ହେବା ଆବଶ୍ୟକ। ୨ଟି ଚକା ଲାଗିଲେ ଓଡ଼ିଶାର ବିକାଶ ହେବା ସହ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ କହିଛନ୍ତି।
ବିଜୟ ସଂକଳ୍ପ ସମାବେଶରୁ ଫେରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ଚୌହାନ ଉଭୟ କଂଗ୍ରେସ ଓ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଦୀର୍ଘ ୧୯ବର୍ଷ ଧରି ସୁଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଲୋକଙ୍କ ପାଖରେ ମୌଳିକ ସୁବିଧା ପହଂଚାଇ ପାରିନାହିଁ। ରାଜ୍ୟରେ କୁପୋଷଣ, ଶିଶୁ ମୃତ୍ୟୁହାର, ଚାଷୀ ଆତ୍ମହତ୍ୟା, ମହିଳାଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି। ବିଜୁଳି, ପିଇବା ପାଣି, ପକ୍କା ଘର ଆଦିରୁ ଗରୀବ ଲୋକ ଏବେବି ବଂଚିତ ଅଛନ୍ତି। ଆୟୁଷ୍ମାନ ଯୋଜନା ଓ ପିଏମ୍ କିଷାନ ଯୋଜନାକୁ ନେଇ ବିଜେଡି ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ସେ ନିନ୍ଦା କରିଛନ୍ତି।

ସେହିପରି ଗରିବଙ୍କୁ ୭୨ହଜାର ଟଙ୍କା ନିଶ୍ଚିତ ରୋଜଗାର କଂଗ୍ରେସ ଉପଲବ୍ଧ କରାଇବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧି ସବୁଠୁ ବଡ଼ ମିଛୁଆ। କଂଗ୍ରେସ ଯେତେ ପ୍ରତିଶୃତି ଦେଇଛି ତାହା କିଛି ପୂରଣ କରିନି। ୫୫ ବର୍ଷ ଧରି କଂଗ୍ରେସ ଶାସନରେ ଦେଶରୁ ଦାରିଦ୍ର‌୍ୟ ହଟିପାରିଲାନି। ଏବେ ୧୬ଟି ରାଜ୍ୟରେ ବିଜେପିର ସରକାର ଚାଲିଥିବାବେଳେ ଆଗାମୀ ଦିନରେ ଓଡ଼ିଶାରେ ମିଶନ ୧୨୦+ ନିଶ୍ଚିିତ ପୂରଣ ହେବ ଏବଂ ରାଜ୍ୟ ଏବଂ କେନ୍ଦ୍ରରେ ବିଜେପି ସରକାର ହେବ ବୋଲି ଶ୍ରୀ ଚୌହାନ ଦୃଢୋକ୍ତି ବ୍ୟକ୍ତ କରିଛନ୍ତି।



from Odisha Reporter https://ift.tt/2HEAnTT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages