ଖାଉଟି ସାମଗ୍ରୀ ନପାଇ ଯୋଗାଣ ନିରୀକ୍ଷକଙ୍କୁ ଘେରିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଖାଉଟି ସାମଗ୍ରୀ ନପାଇ ଯୋଗାଣ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟିଙ୍କୁ ମିଳିବ ମାସିକିଆ ଯୋଗାଣ ସାମଗ୍ରୀ । ରିଟେଲରଙ୍କ ଜରିଆରେ ଏହାର ସୁଷମ ଭାବେ ବଣ୍ଟନ କରାଯିବ। ଖାଉଟିମାନେ ନିୟମିତ ସାମଗ୍ରୀ ପାଉଛନ୍ତିକି ନାହିଁ ତାହା ଯୋଗାଣ ନିରୀକ୍ଷକ ତଦାରଖ କରିବେ । ହେଲେ ଏହି ନିୟମକୁ ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତରେ  ଆଦୌ ପାଳନ କରାଯାଉ ନାହିଁ। ମାସେ ନୁହେଁକି ଦୁଇମାସ ନୁହେଁ। ତିନି ମାସରୁ ଊର୍ଦ୍ଧ୍ୱ ହେବ ଖାଉଟିଙ୍କୁ ଯୋଗାଣ ସାମଗ୍ରୀ ମିଳୁନି ।

ଫଳରେ ହିତ୍ତାଧିକାରୀମାନେ ଆଜି ରିଟେଲର ପଏଣ୍ଟରେ ପ୍ରତିବାଦ କରିବା ସହ ତଦନ୍ତରେ ଯାଇଥିବା ଯୋଗାଣ ନିରୀକ୍ଷକଙ୍କୁ ଘେରିଥିଲେ । ପଞ୍ଚାୟତର ପାଖାପାଖି ୧୧ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି। ଆଜକୁ ୪ମାସରୁ ଊର୍ଦ୍ଧ୍ୱ ହେବ ଖାଉଟିମାନଙ୍କୁ ସାମଗ୍ରୀ ଦେବାରେ ରିଟେଲରମାନେ ଅବହେଳା କରିଆସୁଛନ୍ତି।  କିଏ ଦୁଇମାସ ତ’  ଆଉ କିଏ ଚାରିମାସ ହେବ ସାମଗ୍ରୀ ପାଇ ନଥିବା ଅଭିଯୋଗ ହୋଇଛି।

ଏପରିକି ୩୫ କେଜି ପାଇବାକୁ ଥିବା ହିତାଧିକାରୀଙ୍କୁ ପାଞ୍ଚରୁ ଦଶ କିଲୋ  ଚାଉଳଦେଇ ବିଦା କରାଯାଇଥିବା ଅଭିଯୋଗ ହୋଇଛି। ଶତାଧିକ ହିତାଧିକାରୀ ଖାଉଟି ସାମଗ୍ରୀ ପାଇନଥିବା ସମ୍ପର୍କରେ ଯୋଗାଣ ନିରୀକ୍ଷକଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏମିତିକି ମାସ ମାସ ଧରି ରିଟେଲରଙ୍କ ଦେଖା ମିଳୁନି। ତେବେ ହିତାଧିକାରୀମାନେ ବକେୟା ସାମଗ୍ରୀ କିପରି ପାଇବେ ତାହା ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ତଦନ୍ତରେ ଆସିଥିବା ଯୋଗାଣ ନିରୀକ୍ଷକ କହିଛନ୍ତି ।



from Odisha Reporter https://ift.tt/2TMIrYj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages