ଧର୍ମଗଡ଼ ରାଜନୀତି: କନ୍‌ଫ୍ୟୁଜନ୍‌ରେ ପୁଷ୍ପେନ୍ଦ୍ର, ଛତିଶଗଡ଼ି ହାୱା ଆଶାରେ କଂଗ୍ରେସ, କୁରୁଳୁଛି ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଧର୍ମଗଡ଼ ରାଜନୀତି: କନ୍‌ଫ୍ୟୁଜନ୍‌ରେ ପୁଷ୍ପେନ୍ଦ୍ର, ଛତିଶଗଡ଼ି ହାୱା ଆଶାରେ କଂଗ୍ରେସ, କୁରୁଳୁଛି ବିଜେପି

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲାର ୫ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଧର୍ମଗଡ଼ ଗୋଟିଏ। ଜିଲ୍ଲା ପାଇଁ ଏହି ବିଧାନସଭା ମଣ୍ଡଳୀର ଅନେକ ଗୁରୁତ୍ୱ ରହିଛି। କାରଣ ଏହି ନିର୍ବାଚନ ମଣ୍ଡଳୀର ରାଜେନୈତିକ ପାଣିପାଗ ଅନ୍ୟ ନର୍ବାଚନ ମଣ୍ଡଳୀକୁ ପ୍ରଭାବିତ କରିଥାଏ। ସେହି ଦୃଷ୍ଟିରୁ ଏହି କ୍ଷେତ୍ର ଉପରେ ସମସ୍ତଙ୍କର ଦୃଷ୍ଟି ନିବଦ୍ଧ ।

୧୯୫୭ ରୁ ୧୯୭୪ ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀ ଅଣ କଂଗ୍ରେସ ହାତରେ ଥିଲା। ୧୯୭୭ ରୁ ୧୯୮୫ ପର୍ଯ୍ୟନ୍ତ ଏହି ଆସନ କଂଗ୍ରେସ କବ୍‌ଜାରେ ଥିଲା। ୧୯୯୦ ରୁ ୧୯୯୬ ଜନତା ଦଳ ଏବଂ ୨୦୦୦ ମସିହା ପରଠାରୁ ଏହା ବିଜୁ ଜନତାଦଳ ହାତରେ ରହି ଆସିଛି । ବିଜେଡିର ପୁଷ୍ପ୍ୱେନ୍ଦ୍ର ସିଂହଦେଓ ଏବେ ଏଠାରେ ବିଧାୟକ ଅଛନ୍ତି।
ବିଜେଡ଼ି: ଦୁଇ ଦୁଇଥର ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲାର ସଭାପତି ଥିବା ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଦଳ ଏଥର ଲୋକସଭା ପ୍ରାର୍ଥୀ କରାଇବ ବୋଲି ଶୁଣିବାକୁ ମିଳୁଛି। ପୁଷ୍ପେନ୍ଦ୍ର ଯଦି ଲୋକସଭା ଆସନ ପାଇଁ ଛିଡ଼ା ହୁଅନ୍ତି ତେବେ ବିଧାନସଭା ଆସନ ପାଇଁ ଏହି ଆସନରୁ କିଏ ଠିଆ ହେବ ସେ ନେଇ ପ୍ରଶ୍ନ ଉଠିଛି। ଏପଟେ ପୁଷ୍ପେନ୍ଦ୍ରଙ୍କ ନାଁ ପ୍ରାର୍ଥୀ ତାଲିକାରୁ ହଟିବା ସମ୍ଭାବନା ଥିବାରୁ ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଟିକଟ କିଏ ହାତେଇବ ଏହାକୁ ନେଇ ଏକପ୍ରକାର କସରତ ଆରମ୍ଭ ହୋଇଗଲାଣି। ଟିକଟ ପାଇବା ପାଇଁ ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା ଓ ପ୍ରଦୀପ ମୁଣ୍ଡ ନବୀନ ନିବାସର ଚକ୍କର କାଟୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ବିଜେଡ଼ି ଏଠାରେ ଓବିସି କାର୍ଡ ଖେଳିବାର ସମ୍ଭାବନା ରହିଛି। ତେଣୁ ଜଣେ ଓବିସି ଶିକ୍ଷକଙ୍କୁ ଦଳ ପକ୍ଷରୁ ଏଠାରେ ପାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଛି।

ବିଜେପି: ଗତଥର ପଞ୍ଚାୟତ ନିର୍ବାଚନରେ ଧର୍ମଗଡ଼ରେ ବିଜେପିର ପ୍ରଦର୍ଶନ ଭଲ ରହିଥିଲା। ଏଠାରେ ବିଜେପି ହାୱା ମଧ୍ୟ ବହିବାରେ ଲାଗିଛି। ତେଣୁ ବିଜେପି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖାଦେଇଛି। ଦଳ ପକ୍ଷରୁ ଟିକଟ ପାଇବା ପାଇଁ ଛକପଞ୍ଝା ଆରମ୍ଭ ହୋଇଗଲାଣି। ତେବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାର ଆଗରେ ଅଛନ୍ତି ଗତଥର ବିଧାୟକ ପ୍ରାର୍ଥୀ ଥିବା ରବୀନ୍ଦ୍ର ପଟ୍ଟଯୋଶୀ ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରବିଙ୍କ ପୁତୁରା ସୁଧିର ରଞ୍ଜନ ପଟ୍ଟଯୋଶୀ, ଯୁବନେତା ତଥା କଲମପୁର ଅଞ୍ଚଳର ଜିଲ୍ଲା ପରିଷଦ ସଭ୍ୟ ବିଜୟଦେବ ସାହୁ, ବଦ୍ରୀ ନାରାୟଣ ପଟ୍ଟନାୟକ ଓ ଅମୋଜ ପଣ୍ଡା।

କଂଗ୍ରେସ: ଧର୍ମଗଡ ନିର୍ବାଚନ ମଣ୍ଡଳୀଟି ଓଡ଼ିଶା-ଛତିଶଗଡ଼ ସୀମାରେ ରହିଛି। ଛତିଶଗଡ଼ରେ ବର୍ତ୍ତମାନ କଂଗ୍ରେସ ସରକାର ଗଢିଥିବା ବେଳେ ଏହାର ପ୍ରଭାବ ଧର୍ମଗଡ଼ ଉପରେ ପଡ଼ିବ ବୋଲି କଂଗ୍ରେସ ନେତାମାନେ ଆଶା କରୁଛନ୍ତି। ତେଣୁ କଂଗ୍ରେସ ଦଳରେ ମଧ୍ୟ ବେଶ ଉତ୍ସାହ ପରିଲକ୍ଷିତ ହେଉଛି। କଂଗ୍ରେସ ଟିକଟରୁ ଲଢ଼ିବା ପାଇଁ ଯୁବ ସଂଗଠକ ଦିଗାମ୍ୱର ଦୁରିଆ, ପୁରୁଷୋତ୍ତମ ଗୁପ୍ତା ଓ ତୁଷାର ରଞ୍ଜନ ପଟ୍ଟଯୋଶୀଙ୍କ ନାମ ଆଗରେ ଥିବା ଶୁଣିବାକୁ ମିଳିଛି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ନୋମିନେସନ ଦାଖଲ ଆଉ ଦୁଇଦିନ ରହିଲା। କଳାହାଣ୍ଡି ଜିଲ୍ଲାରେ କେଉଁ ଦଳରୁ କାହାକୁ ଟିକଟ ମିଳିବ ତା ଉପରେ ଭୋଟରଙ୍କ ନଜର। ଆଶାୟୀଙ୍କ ମଧ୍ୟରେ ବି ଛକାପଞ୍ଝା ଆରମ୍ଭ ହୋଇଗଲାଣି।

ତେବେ ଗତ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ କଲେ ଜଣାପଡୁଛି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପିର ଭୋଟ ହାର ବହୁ ପରିମାଣରେ ବଢ଼ିଛି। ଏହା ସହ ଛତିଶଗଡ଼ରେ କଂଗ୍ରେସ ସରକାର ଥିବାରୁ ଏଥର ନିର୍ବାଚନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ତେଣୁ ବିଜେପି ଓ କଂଗ୍ରେସକୁ ଟକ୍କର ଦେବାପାଇଁ ବିଜେଡ଼ିକୁ ଏଠାରେ ବ୍ୟାପକ କସରତ କରିବାକୁ ପଡ଼ିବ ବୋଲି ରାଜନୈତିକ ବିଶାରଦମାନେ ମତ ଦେଉଛନ୍ତି। ଯାହା ବି ହେଉ ତ୍ରିମୁଖୀ ଲଢେଇରେ କିଏ ଜିତୁଛି ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2TKzrn9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages