୨୦୧୪ ନିର୍ବାଚନ ପ୍ରତିଶ୍ରୁତିର ହିସାବ ରଖିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

୨୦୧୪ ନିର୍ବାଚନ ପ୍ରତିଶ୍ରୁତିର ହିସାବ ରଖିବ ବିଜେପି

ନୂଆଦିଲ୍ଲୀ: ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତିର ସ୍ଥିତି ନେଇ ଲୋକଙ୍କ ପାଖକୁ ଯିବ । ବିରୋଧୀ ଅନ୍ତିମ ସାଧାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶୃତି ପାଣିର ଗାର ବୋଲି ନିର୍ବାଚନ ବେଳେ ନାରା ଦେଉଥିବା ବେଳେ ଜବାବରେ ବିଜେପି ଶେଷରେ ଏପରି ନିଷ୍ପତ୍ତି ନେଇଛି । ଏଥିପାଇଁ ଏକ ଟିମ୍ କାମ କରୁଛି । ଖୁବଶୀଘ୍ର ସମସ୍ତ ପ୍ରତିଶ୍ରୁତିର ସ୍ଥିତି ଏବଂ ବାକି ଥିବା କାମକୁ ନେଇ ବିଜେପି ଘୋଷଣା କରିବ ବୋଲି କହିଛି ।

ସବୁଠୁ ବଡ଼ କଥା ହେଲା ବିରୋଧୀ ବେକାରୀକୁ ଅମୋଘ ଅସ୍ତ୍ର କରିଥିବା ବେଳେ ବିଜେପି ପ୍ରଥମେ ଚଳିତ ସରକାରରେ କେତେ ନିଯୁକ୍ତି ଦେଇଛି ତା ବାବଦରେ ରିପୋର୍ଟ ପ୍ରସ୍ତୁତ କରୁଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏଥିସହ ଜାତୀୟ ଗଣମାଧ୍ୟମ ’ଇଣ୍ଡିଆ ଟୁଡ଼େ ଗ୍ରୁପ’ ଏକ ସର୍ଭେ କରିଥିଲା ଯେଉଁଥିରେ ବେରୋଜଗାର ଚଳିତ ନିର୍ବାଚନରେ ସବୁଠୁ ବଡ଼ ପ୍ରସଙ୍ଗ ବୋଲି ସର୍ଭେରୁ ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୫୪୯ଟି ପ୍ରତିଶ୍ରୁତି ଦେଇଥିଲା ଯେଉଁଥିରୁ ୫୨୦ଟି ପ୍ରତିଶ୍ରୁତି ଉପରେ ମୋଦି ସରକାର କାମ କରିଛନ୍ତି ବୋଲି ଜଣାପଡ଼ିଛି । ବାକି ଥିବା କାମ କାହିଁକି ଅଟକିଛି ବା କାହିଁକି ପଦକ୍ଷେପ ନିଆଯାଇ ନାହିଁ ସେ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ସରକାରକୁ ଆସିବ ପରେ ମୁଦ୍ରା, ଉଜ୍ଜଳା ଯୋଜନା, ସାରା ଦେଶରେ ଜିଏସଟି ଲାଗୁ କରିବା ଭଳି ସଫଳ ଯୋଜନା ଲାଗୁ କରିଛନ୍ତି । ଯାହାକି ୨୦୧୪ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତିରେ ନଥିଲା ତେଣୁ ଏହି ସଫଳତାକୁ ମଧ୍ୟ ବିଜେପି ପ୍ରସ୍ତୁତ ହେଉଥିବା ରିପୋର୍ଟରେ ଯୋଡ଼ିବ ବୋଲି ଜଣାପଡ଼ିଛି ।



from Odisha Reporter https://ift.tt/2UDUEeT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages