
ମୁମ୍ବାଇ: ଆଇପିଏଲର ଲୋକପ୍ରିୟତା କେଉଁ ସ୍ତରରେ ପହଞ୍ଚିଛି, ତାହା କେବଳ ଜଣେ ଫ୍ୟାନ ହିଁ କହିପାରିବ। ସନରାଇଜର୍ସ ହାଇଦ୍ରାବାଦ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ ପଠାନଙ୍କ ଏଭଳି ଜଣେ ଫ୍ୟାନ ଅଛନ୍ତି, ଯାହାଙ୍କ ନାମ ଜାଭେଦ୍ ଶାହ। ୩୩ ବର୍ଷୀୟ ଜାଭେଦ୍ ଜଣେ ଅଟୋ ଡ୍ରାଇଭର୍ ଏବଂ ସେ ୟୁସୁଫଙ୍କ ଡାଏ-ହାର୍ଡ ଫ୍ୟାନ୍।
ଗତ ତିନିବର୍ଷ ହେବ ସେ ୟୁସୁଫଙ୍କ ପାଇଁ ଗ୍ରାହକମାନଙ୍କୁ ବଡ଼ ରିହାତି ଦେଇଆସୁଛନ୍ତି। ୟୁସୁଫ ବଡ଼ ସ୍କୋର କଲେ, ସେ ୨୫ରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତିରେ ଗ୍ରାହକଙ୍କୁ ନିଜ ଅଟୋରେ ଯାତ୍ରା କରାଇବା ନେଇ ପ୍ରତିଶୃତି ଦେଇଥିଲେ। କିନ୍ତୁ ଏଥର ସେ ନିଜ ପ୍ଲାନରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି।
ଚଳିତ ବର୍ଷ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଯଦି ୟୁସୁଫ ୫୦ରୁ ଅଧିକ ରନ୍ କରନ୍ତି, ତାହେଲେ ଜାଭେଦ୍ ଗୁଜରାଟର ଭଲସାଦ ସିଟିରେ ସବୁ ପାସେଞ୍ଜରଙ୍କୁ ମାଗଣାରେ ଯାତ୍ରା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଜାଭେଦ କହିଛନ୍ତି, ଗତବର୍ଷ ୟୁସୁଫ୍ ଭାଇ ୨୫ରୁ ୩୦ ରନ୍ ଭିତରେ କଲେ, ମୁଁ ପାସେଞ୍ଜରଙ୍କ ପାଇଁ ୨୫ ପ୍ରତିଶତ ରିହାତି ରଖିଥିଲି। କିନ୍ତୁ ଗତ ସଂସ୍କରଣରେ ସେ ଅଧିକ ରନ୍ କରିପାରିଲେ ନାହିଁ।
ଏହି କାରଣରୁ ମଧ୍ୟ ମୁଁ କାହାକୁ ୧୦୦ ପ୍ରତିଶତ ରିହାତି ଦେଇପାରିଲି ନାହିଁ। କିନ୍ତୁ ଏଥର ମୁଁ ଭାଇ (ୟୁସୁଫ)ଙ୍କ ସଫଳତା ଦେଇ ଦୃଢ଼ ଆଶାୟୀ ଅଛି। ଅଧିକାଂଶ ଫ୍ୟାନ ନିଜ ନିଜର ପ୍ରିୟ ତାରକାଙ୍କୁ ଦେଖିବା ପାଇଁ ଗ୍ରାଉଣ୍ଡକୁ ଯାଆନ୍ତି। କିନ୍ତୁ ମୁଁ ଲୋକଙ୍କ ସେବା ଦ୍ୱାରା ଭାଇଙ୍କ ପ୍ରତି ଭଲପାଇବା ଦର୍ଶାଇବାକୁ ଚାହେଁ।
ମୁଁ ମୋ ପତ୍ନୀ, ଦୁଇ ସନ୍ତାନ ଓ ମା’ ସହ ଛୋଟିଆ ଘରେ ରହୁଛି। ମୁଁ ନିକଟରେ ୟୁସୁଫ ଭାଇଙ୍କୁ ସାକ୍ଷାତ କରିଥିଲି ଏବଂ ସେ ମୋତେ ଖାଇବା ପାଇଁ ନିମନ୍ତ୍ରଣ ଦେଇଥିଲେ। ୟୁସୁଫ ଭାଇ ଯେତେବେଳେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ, ମୁଁ ମୋ ଗାଡ଼ିରେ କେକେଆର ପୋଷ୍ଟ ମାରୁଥିଲି। ଏବେ ମୁଁ ହାଇଦ୍ରାବାଦ ପୋଷ୍ଟର ମାରିଛି। ୟୁସୁଫ ଭାଇ ଯେଉଁ ଦଳ ପକ୍ଷରୁ ଖେଳିବେ, ମୁଁ ସେହି ଦଳକୁ ସମର୍ଥନ କରିବି ବୋଲି ଜାଭେଦ କହିଛନ୍ତି।
ସୂଚନାଯୋଗ୍ୟ, ଜାଭେଦ ନିଜ ଅଟୋ ପଛ ପଟେ ସନରାଇଜର୍ସ ହାଇଦ୍ରାବାଦ ଲୋଗୋ ସହ ୟୁସୁଫ ପଠାନଙ୍କ ଫଟୋ ଥିବା ପୋଷ୍ଟର ଲଗାଇଛନ୍ତି। ସେଥିରେ ସେ ନିଜର ଅଫର୍ ବିଷୟରେ ଉଲ୍ଲେଖ କରିଛନ୍ତି। ଗୁଜରାଟରେ କୌଣସି ମ୍ୟାଚ୍ ନଥିବାରୁ ଜାଭେଦ୍ ଆଇପିଏଲ ଦେଖିବାରୁ ବଞ୍ଚିତ ହୋଇଛନ୍ତି। କିନ୍ତୁ ସେ ଟିଭିରେ ହାଇଦ୍ରାବାଦର ସବୁ ମ୍ୟାଚ୍ ଦେଖୁଛନ୍ତି।
from Odisha Reporter https://ift.tt/2V5eO1x
No comments:
Post a Comment