ଦେଖିବା ବାହାନାରେ ଶିଶୁପୁତ୍ରକୁ ନେଇ ଚମ୍ପଟ ମାରିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଦେଖିବା ବାହାନାରେ ଶିଶୁପୁତ୍ରକୁ ନେଇ ଚମ୍ପଟ ମାରିଲେ ମହିଳା

ପାଟଣାଗଡ଼ (ବଂଶୀଧର ସେଠ୍): ଦିନ ଦ୍ୱି’ପହରରେ ମେଡିକାଲ୍‌ରୁ ପିଲା ଚୋରି ଅଭିଯୋଗ ହୋଇଛି। ନିଜକୁ ସମ୍ପର୍କୀୟ ବୋଲି ପରିଚୟ ଦେଇ ଜଣେ ମହିଳା, ଧରିବା ବାହାନାରେ ଏକ ପିଲାକୁ ଧରି ଚମ୍ପଟ ମାରିଛି। ଆଜି ଏପରି ସାଂଘାତିକ ଅଭଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରୁ।

ପୂରା ଘଟଣା ଏମିତି। ଗତ ରବିବାର ତେଲେନପାଲି ଗାଁର ଜୟନ୍ତୀ ତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେହିଦିନ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଅସ୍ତ୍ରୋପଚାର କରାଯାଇଥିବାରୁ ସେ ବେଡ୍‌ରୁ ଉଠି ପାରୁନଥିଲେ। ଆଜି ସକାଳେ ଜୟନ୍ତୀ ବେଡ୍‌ରେ ଶୋଇଥିଲେ। ପାଖରେ ପିଲା ଶୋଇଥିଲା। ଏହି ସମୟରେ ଜଣେ ମହିଳା ସମ୍ପର୍କୀୟ ବୋଲି ପରିଚୟ ଦେଇ ଜୟନ୍ତୀଙ୍କ ଶିଶୁପୁତ୍ରକୁ ପ୍ରଶଂସା କରିଥିଲେ। ପରେ ଶିଶୁକୁ ୧୦୦ ଟଙ୍କା ଦେଇଥିଲେ। ତା’ପରେ ସମ୍ପୃକ୍ତ ମହିଳା ବେଡ୍‌ରେ ବସି ପିଲାକୁ ଧରିଥିଲା। ଏପରିକି ଜୟନ୍ତୀଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିଥିଲେ।

ଜୟନ୍ତୀ ମଧ୍ୟ ପ୍ରତିବାଦ କରିନଥିଲେ। ସେ ବେଡ୍‌ରେ ଶୋଇଥିବା ବେଳେ ମହିଳା ଜଣକ ପିଲାକୁ ଗେଲ କରି କରି ୱାର୍ଡ଼ ବାହାରକୁ ଚାଲି ଯାଇଥିଲେ। ହେଲେ ଆଉ ଫେରିନଥିଲେ। ଜୟନ୍ତୀ ଯେତେ ଚିତ୍କାର କରିଥିଲେ ମଧ୍ୟ ତାଙ୍କ ଡାକ କାହା କାନରେ ପଡ଼ିନଥିଲା। କାରଣ ଜୟନ୍ତୀ ଏକା ସେହି କୋଠରୀରେ ରହୁଥିଲେ। ପରେ ବହୁ କଷ୍ଟରେ ବେଡ୍‌ରୁ ଉଠି ବାହାରକୁ ଆସି ଡାକିବାରୁ ମେଡିକାଲ୍‌ କର୍ମଚାରୀମାନେ ପିଲାକୁ ଚାରିଆଡେ ଖୋଜିଥିଲେ, ହେଲେ ପାଇନଥିଲେ।

ଏହି ଖବର ଜଣାପଡ଼ିବା ପରେ ମେଡ଼ିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜୟନ୍ତୀଙ୍କ ପରିବାର ଓ ସମ୍ପର୍କୀୟମାନେ ବଲାଙ୍ଗିର-ପାଟଣାଗଡ଼ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ପରେ ପୁଲିସ ଆସି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ଉଠାଇଥିଲେ। ମାତ୍ର ଆନ୍ଦୋଳନକାରୀମାନେ ରାସ୍ତାରୁ ଉଠିନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।



from Odisha Reporter https://ift.tt/2Un6t9n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages