ବିଜେପିରେ ମିଶିବା ପରେ ନିଜ ଭାଷଣରେ ଏମିତି କହିଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ବିଜେପିରେ ମିଶିବା ପରେ ନିଜ ଭାଷଣରେ ଏମିତି କହିଲେ ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନେତୃତ୍ୱ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି ଓ ବିଜେପି ହିଁ ଏହା କରିପାରିବ ବୋଲି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା କହିଛନ୍ତି।

ଆଜି ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଦଳର ସଦସ୍ୟତା ଗ୍ରହଣ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପଣ୍ଡା କହିଛନ୍ତି ଯେ, ଓଡ଼ିଶାରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହିଂସା ବଢ଼ି ଚାଲିଚି। ଦୁର୍ନୀତି ଏବେ ଚରମସୀମାରେ ପହଞ୍ଚି ଗଲାଣି। ଗୋଟିଏ ଦଳ ୪ଥର କ୍ଷମତାରେ ରହିବା ସତ୍ତ୍ୱେ ଗର୍ଭବତୀ ମହିଳାଙ୍କୁ ଭାରରେ ମେଡିକାଲ ନେବାକୁ ପଡ଼ୁଛି। ଶବକୁ କାନ୍ଧରେ ବୋହିବାକୁ ପଡ଼ୁଛି। ଭିତ୍ତିଭୂମିରେ ସୁଧାର ଆସିପାରିନି। ଏସବୁର ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ଆଉ ବିଜେପି ହିଁ ଏସବୁ ପରିବର୍ତ୍ତନ କରିବାରେ ସକ୍ଷମ ହେବ। ପୂର୍ବରୁ ଓଡ଼ିଶାରେ ବିଜେପି ସହ ବିଜେଡିର ମେଣ୍ଟ ସରକାର ଥିବାବେଳେ ଏକ ନିର୍ଦ୍ଦିଷ୍ଟ ନୀତିରେ ସରକାର ଚାଲୁଥିଲା। ମାତ୍ର ତାହା ଏବେ ଆଉ ନାହିଁ।

ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ ଯେ, ଏହି ଦୁଇ ନେତୃତ୍ୱଙ୍କ ଯୋଗୁ ବିଜେପି ଏବେ ବିଶ୍ୱର ସବୁଠୁ ବଡ଼ ପାର୍ଟି ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆର୍ଥିକ ନୀତି ଓ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ପାଇଁ କଠୋର ନୀତିର ଦୂରଗାମୀ ସକରାତ୍ମକ ପରିଣାମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଆଗେଇ ନେବା ପାଇଁ ସର୍ବଦା ଦୂରଗାମୀ ପଦକ୍ଷେପ ନେଉଛନ୍ତି। ଯାହା ତାଙ୍କୁ ପ୍ରଥମ ଦିନରୁ ହିଁ ପ୍ରଭାବିତ କରିଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ। ଶ୍ରୀ ପଣ୍ଡା ଏମାନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଏହାପରେ ଶ୍ରୀ ପଣ୍ଡା ପାର୍ଟି ମୁଖ୍ୟାଳୟରେ ଦଳର ଜାତୀୟ ସଭାପତି ଅମିତ୍ ଶାହଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।



from Odisha Reporter https://ift.tt/2XL3E42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages