ଏନଡିଏରେ ପୁଣି ସାମିଲ ହେଲା ଅପନା ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଏନଡିଏରେ ପୁଣି ସାମିଲ ହେଲା ଅପନା ଦଳ

ଲକ୍ଷ୍ନୌ: ଚଳିତ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶର ଅନ୍ଯତମ ଦଳ ‘ଅପନା ଦଳ’ ଏନଡିଏ ମେଣ୍ଟରେ ସାମିଲ ହୋଇଛି। ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ ଶାହ ଏବଂ ଅପନା ଦଳ ସୁପ୍ରିମୋ ଅନୁପ୍ରିୟା ପଟେଲଙ୍କ ସହ ଆଲୋଚନା ପରେ ଏହି ସୂଚନା ମିଳିଛି। ଏହି ଆଞ୍ଚଳିକ ଦଳ ଉତ୍ତର ପ୍ରଦେଶର ୨ଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବ ବୋଲି ସ୍ଥିର ହୋଇଛି। ଗୋଟିଏ ସିଟରୁ ଅନୁପ୍ରିୟା ଲଢ଼ିବେ, ତେବେ ଅନ୍ଯ ଆସନଟିରୁ କିଏ ଛିଡ଼ା ହେବେ, ତାହା ସ୍ଥିର ହୋଇନାହିଁ।

ଚଳିତ ନିର୍ବାଚନରେ ଅପନା ଦଳ ବିଜେପି ସହ ମେଣ୍ଟରେ ସାମିଲ ହେବ କି ନାହିଁ, ସେ ସମ୍ପର୍କରେ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ଅପନା ଦଳ ସହ ମତଭେଦ ଦୁର କରିବାକୁ ବିଜେପି ସକ୍ଷମ ହୋଇଛି । ସୂଚନାଯୋଗ୍ଯ, ୨୦୧୪ରେ ବିଜେପି ଓ ଅପନା ଦଳ ମଧ୍ୟରେ ମେଣ୍ଟ ହୋଇଥିଲା। ଏହାପରେ ଅପନା ଦଳ ସୁପ୍ରିମୋ ଅନୁପ୍ରିୟା ପଟେଲ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ।



from Odisha Reporter https://ift.tt/2u7CBSN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages