ଖୋଲୁଛି ଗୁମର: ଗୁଳି କରି ବାଘ ଶିକାର କରାଯାଇଛି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଖୋଲୁଛି ଗୁମର: ଗୁଳି କରି ବାଘ ଶିକାର କରାଯାଇଛି!

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ବାଘକୁ ଗୁଳି କରି ହତ୍ୟା ପରେ ଛାଲ ବେପାର କରୁଛନ୍ତି ଶିକାରୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ବାଘ ଛାଲ ରାକେଟ ଧରାପଡ଼ିବା ପରେ ଏଭଳି ତଥ୍ୟ ପଦାକୁ ଆସିଛି। ୪ଟି କଳରାପତରିଆ ବାଘକୁ ଗୁଳିକରି ଶିକାର କରାଯାଇଥିବା ସନ୍ଦେହ କରାଯାଉଛି। ଯାଞ୍ଚ ବେଳେ ସବୁ ବାଘ ଛାଲରେ ନିର୍ଦ୍ଦିଷ୍ଟ ଧରଣର ଗୋଟିଏ କିମ୍ବା ଦୁଇଟି ହୋଲ୍‌ ମିଳିବା ପରେ ଗୁଳିକରି ଶିକାର ସନ୍ଦେହକୁ ଆହୁରି ଘନିଭୂତ କରିଛି।

ତେବେ ଏସବୁ ବାଘଙ୍କୁ କେବେ ଗୁଳିକରି ଶିକାର କରାଯାଇଛି? କେଉଁଠି ଶିକାର କରାଯାଇଛି? ତାହାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ଜଙ୍ଗଲ ବିଭାଗ ତରଫରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଡିଭିଜନର ବନ ଅଧିକାରୀଙ୍କୁ ଖୋଳତାଡ କରିବାକୁ କୁହାଯାଇଛି।

ସେହିପରି ୪ଟି ବାଘ ଛାଲ ଜବତ ଘଟଣାରେ ଗିରଫ ୭ ଜଣ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ୍‌ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ବାଘ ଛାଲ ବିକ୍ରି ଉଦ୍ଦେଶ୍ୟରେ ପାଖରେ ରଖିଥିବା ସ୍ୱୀକାର କରିଛନ୍ତି। ତେବେ ବାଘ ଛାଲ ରାକେଟ ପଛରେ ଆଉ କାହାର ହାତ ରହିଛି, ଏହାର ଚେର କେତଦୂର ଲମ୍ବିଛି ତାର ଖୋଳତାଡ଼ କରାଯାଉଛି।



from Odisha Reporter https://ift.tt/2ClPz3W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages