ଡିଏଚ୍ଏ‌ଫଏଲକୁ କ୍ଲିନ୍ ଚିଟ୍ ଦେଲେ ଅଡିଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଡିଏଚ୍ଏ‌ଫଏଲକୁ କ୍ଲିନ୍ ଚିଟ୍ ଦେଲେ ଅଡିଟର

ମହାରାଷ୍ଟ୍ର: ଗୃହଋଣ ପ୍ରଦାନ କରୁଥିବା ଆର୍ଥିକ ସଂସ୍ଥା ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ ଲିମିଟେଡ (ଡିଏଚଏଫଏଲ)କୁ କ୍ଲିନ୍ ଚିଟ୍ ମିଳିଛି। ୩୧ ହଜାର କୋଟି ଟଙ୍କାର ଜାଲିଆତି କରିଥିବା ନେଇ ‘କୋବ୍ରା ପୋଷ୍ଟ’ ଅଭିଯୋଗ କରିବା ପରେ ସରକାର ନିରପେକ୍ଷ ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଟି ପି ଓଶ୍ବାଲ ଏବଂ ସହଯୋଗୀ ଏହି ଅଡିଟ କରୁଥିଲେ । ଅ‍ଡିଟ ରିପୋର୍ଟ ପ୍ରକାଶ ପାଇବା ପରେ ଶେୟାର ବଜାରରେ ମଧ୍ୟ ଡିଏଚଏଫଏଲର ୨୦ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।

ଅଡିଟ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଡିଏଚଏଫଏଲ କମ୍ପାନୀର ପ୍ରମୋଟରମାନେ କୌଣସି ଜାଲ୍ କମ୍ପାନୀ ଗଠନ କରି ନାହାନ୍ତି, କି ଅନ୍ୟ କୌଣସି ଉପାୟରେ ଟଙ୍କା ହଡ଼ପ କରି ନାହାନ୍ତି। ଏମିତିକି ୨୬ଟି ଫେକ କମ୍ପାନୀ ଗଠନ କରାଯାଇ ୧୧ ହଜାର ୫୨୨ କୋଟି ଟଙ୍କା ଋଣ ବିଭିନ୍ନ ବ୍ୟାଙ୍କରୁ ଆଣି ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ କ୍ଷେତ୍ରରେ ମଧ୍ୟ ସଂସ୍ଥାକୁ କ୍ଲିନ ଚିଟ୍ ଦିଆଯାଇଛି ।

ମୋଟ ୩୨ଟି ଭାରତୀୟ ଏବଂ ବିଦେଶ କମ୍ପାନୀ ଡିଏଚଏଏଫଏଲକୁ ୯୭ ହଜାର କୋଟି ଟଙ୍କାର ଋଣ ଦେଇଥିବା କୋବ୍ରା ପୋଷ୍ଟ ଉଲ୍ଲେଖ କରିଥିଲା । ଏମିତିକି ଯେଉଁ ମାନେ ଡିଏଚଏଫଏଲରୁ ଋଣ ନେଉଛନ୍ତି ସେମାନଙ୍କର ଠିକଣା ଗୋଟିଏ ବୋଲି ଦାବି କରିଥିଲା କୋବ୍ରା ପୋଷ୍ଟ। ଯାହାକୁ ଅଡିଟ ସଂସ୍ଥା ଟି ପି ଓଶ୍ବାଲ ଖଣ୍ଡନ କରିଛି ।

ମୋଟ ୪୫ ଜଣଙ୍କୁ ବେଆଇନ ଭାବେ ୧୪ ହଜାର ୨୮୨ କୋଟି ଋଣ ଦିଆଯାଇଥିବା ଅଭିଯୋଗ ଆସିଥିଲା । ହେଲେ ଏଥିରେ କୋଣସି ସତ୍ୟତା ନଥିବା ଅ‍ଡିଟ ସଂସ୍ଥା ଦର୍ଶାଇଛି । ସେହିପରି ୪୫ ନୁହେଁ, ୧୦ ଜଣଙ୍କୁ ୧,୬୪୦ କୋଟି ଟଙ୍କାର ଋଣ ଦିଆଯାଇଥିଲା, ଯାହା ଡିସେମ୍ବର ୨୦୧୮ ସୁଦ୍ଧା ଅସୁଲ ହୋଇଥିବା ଅଡିଟ ହେବା ବେଳେ ଜଣାପଡ଼ିଛି ।



from Odisha Reporter https://ift.tt/2C7cksh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages