
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ରୁ ୨୭ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁର ସାଇ ସେଣ୍ଟରଠାରେ ହେବାକୁଥିବା ଭାରତୀୟ ଜୁନିୟର ମହିଳା ହକି ପ୍ରଣିକ୍ଷଣ ଓ କଣ୍ଡିସନିଙ୍ଗ୍ ଶିବିର ପାଇଁ ଘୋଷିତ ୬୦ଜଣିଆ ଜାତୀୟ ଦଳରେ ଓଡ଼ିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି।
ସେମାନେ ହେଲେ ମାରିୟାନା କୁଜୁର, ଆଜମିନା କୁଜୁର (ଉଭୟେ ମିଡଫିଲ୍ଡର୍ସ), ଫିଲିସିଆ ଟପ୍ପୋ (ଫୁଲବ୍ୟାକ୍), ଜୀବନ କିଶୋରୀ ଟପ୍ପୋ (ଫରୱାର୍ଡ୍ସ), କୁମୁଦିନୀ ଲାକ୍ରା (ଗୋଲକିପର)। ଏହି ପାଞ୍ଚ ଓଡ଼ିଆ ଖେଳାଳି କୋଚ୍ ମିଲଟନ୍ ବିଲୁଙ୍ଗଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଛନ୍ତି। ଦୀର୍ଘ ଦିନ ପରେ ଓଡ଼ିଶାର କୌଣସି ଗୋଲକିପର (କୁମୁଦିନୀ) ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ମନୋନୀତ ହୋଇଛନ୍ତି।
from Odisha Reporter https://ift.tt/2U5Ayy8
No comments:
Post a Comment