କଂଗ୍ରେସ ସହ ମୂଲଚାଲ ମୁଡରେ ବାମଦଳ ଓ ଜେଏମଏମ୍: ଅଟକିଲା ଆସନ ବୁଝାମଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

କଂଗ୍ରେସ ସହ ମୂଲଚାଲ ମୁଡରେ ବାମଦଳ ଓ ଜେଏମଏମ୍: ଅଟକିଲା ଆସନ ବୁଝାମଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବାମଦଳ ଓ ଜେଏମଏମ ସହ ଆସନ ବୁଝାମଣା କରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଥିବା ରାଜ୍ୟ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଆସନ ବୁଝାମଣା ପାଇଁ ସିପିଏମ୍ ଓ ଜେଏମଏମ ନେତୃତ୍ୱଙ୍କ ସହ ଆଜି ଥିବା ପ୍ରସ୍ତାବିତ ବୈଠକ ସମ୍ଭବପର ହୋଇନି। ସିପିଏମ୍ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏଭଳି ବୈଠକ ସମ୍ପର୍କରେ ତାଙ୍କ ପାଖରେ କିଛି ସୂଚନା ନଥିବା କହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା(ସହଯୋଗୀ ଦଳଙ୍କ ସହ ଆଲୋଚନା ପାଇଁ କଂଗ୍ରେସ କମିଟିର ସଦସ୍ୟ) ଜଗନ୍ନାଥ ପଟ୍ଟନାୟକ ବୈଠକ ଅପରାହ୍ନ ୫ଟାରେ ହେବ ବୋଲି ସୂଚନା ଦେଇଥିଲେ। କିନ୍ତୁ ଏହି ବୈଠକ ନିର୍ଦ୍ଧାରିତ ସମୟରେ ହୋଇନଥିବା ଜଣାପଡ଼ିଛି।

କେନ୍ଦ୍ରୀୟ କମିଟି ବୈଠକରେ ଯୋଗ ଦେଇ ଆଜି ଓଡ଼ିଶା ଫେରିଥିବା ସିପିଏମ୍ ରାଜ୍ୟ ମୁଖ୍ୟ ଅଳି କିଶୋର ପଟ୍ଟନାୟକ ‘ଓଡ଼ିଶା ରିପୋର୍ଟର’କୁ ସୂଚନା ଦେଇ କହିଛନ୍ତି ଯେ, କଂଗ୍ରେସ ସହ ଗୋଟିଏ ଟେବୁଲରେ ବସି କୌଣସି ଆଲୋଚନା କରାଯିବାର କାର୍ଯ୍ୟକ୍ରମ ହିଁ ନାହିଁ। ବିଜେଡି ଓ ବିଜେପିକୁ ଯେଭଳି ନିର୍ବାଚନୀ ସଫଳତା ନମିଳିବ ଓ ବିଜେଡି-ବିଜେପି ବିରୋଧୀ ଭୋଟ ବିଭାଜନକୁ ରୋକିବା ପାଇଁ ସିପିଏମ୍ ପ୍ରାଥମିକତା ଦେଉଛି। ତେଣୁ କଂଗ୍ରେସ ସହ ରାଜ୍ୟରେ କେତେକ ଆସନରେ ଦଳ ବୁଝାମଣା କରିବ। ଏହା ମେଣ୍ଟ କି ଫ୍ରଣ୍ଟ ନୁହେଁ। ସିପିଏମ୍ କେବଳ ପ୍ରତିଯୋଗିତା କରିବା ପାଇଁ ନିର୍ବାଚନ ଲଢ଼ିବନି ବରଂ ଯେତିକି ଆସନରେ ଦଳର ବିଜୟ ସମ୍ଭାବନା ରହିଛି ସେଠାରେ ହିଁ ପ୍ରାର୍ଥୀ ଦେବ।

ସିପିଏମ୍ ପ୍ରଥମରୁ ଗୋଟିଏ ଲୋକସଭା(ଭୁବନେଶ୍ୱର) ଓ ୭ଟି ବିଧାନସଭା ଆସନ(ବ୍ରହ୍ମଗିରି,ରଣପୁର, ପାଲଲହଡ଼ା,ରେମୁଣା, ନୀଳଗିରି, ମୋରଡ଼ା ଓ ବଣାଇ)ରେ ଲଢ଼ିବ ବୋଲି ଘୋଷଣା କରିସାରିଛି। ତେଣୁ ଏବେ ଏଥିରୁ କେଉଁ ସିଟରେ କଂଗ୍ରେସ ନିଜର ପ୍ରାର୍ଥୀ ନଦେବ ତାହା ସେମାନେ ଘୋଷଣା କରିବେ। ଉଦାହରଣସ୍ୱରୂପ କଂଗ୍ରେସର ସୁନ୍ଦରଗଡ଼ ଲୋକସଭା ଆସନରେ ଓ ସିପିଏମର ବଣାଇ ବିଧାନସଭା ଆସନରେ ସ୍ଥିତି ଭଲ ରହିଛି। ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସିପିଏମ୍ ସମର୍ଥନ କରିବ ଓ ବଣାଇରେ ଦଳ ନିଜ ସିଟକୁ ପାଖରେ ରଖିବା ପାଇଁ କଂଗ୍ରେସର ସମର୍ଥନ ମଧ୍ୟ ଆଶା କରିଛି। ଏଭଳି ସମୀକରଣକୁ ନେଇ ସିପିଏମ୍ ରାଜ୍ୟ ୟୁନିଟ୍ କାର୍ଯ୍ୟ କରୁଛି। ଏବେ କଂଗ୍ରେସ କୋର୍ଟରେ ବଲ୍ ରହିଛି। ଯେହେତୁ ରାଜ୍ୟରେ କଂଗ୍ରେସ ସହ ଦଳ କୌଣସି ମେଣ୍ଟ କି ଫ୍ରଣ୍ଟ କରିବ ନାହିଁ, ତେଣୁ ଟେବୁଲରେ ବସି ଆଲୋଚନାର ପ୍ରଶ୍ନ ଉଠୁଛି କେଉଁଠି ବୋଲି ପ୍ରଶ୍ନ କରି କେବଳ କଂଗ୍ରେସ ନୁହେଁ ସିପିଆଇ ମଧ୍ୟ ଯେଉଁଠି ତା’ର ପ୍ରାର୍ଥୀ ଦେବ ସେଠାରେ ସିପିଏମ୍ ନିଜର ସମର୍ଥନ ଦେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ କହିଛନ୍ତି ଯେ, ଆଜି ଅପରାହ୍ନ ୫ଟାରେ ସିପିଏମ୍ ସହ ବୈଠକ ବସିବାର ଥିଲା। କିନ୍ତୁ କେଉଁ ସ୍ଥାନରେ ବସିବ ତାହା ସ୍ଥିର ହୋଇପାରିନି । ଜେଏମଏମ ନେତାଙ୍କ ସହ ଆଜି ବୈଠକ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ତେବେ ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ଓ ସିପିଏମ୍ ନେତାଙ୍କ ମଧ୍ୟରେ ଆଜି କୌଣସି ବୈଠକ ବସି ପାରିନାହିଁ। ଆସନ୍ତାକାଲି କଂଗ୍ରେସ ନିର୍ବାଚନ କମିଟି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସେହି ବୈଠକରେ ବାମଦଳ ଓ ଜେଏମଏମକୁ କେତେ ଓ କେଉଁ ଆସନ ଛଡ଼ାଯିବ ତାହା ଉପରେ ବିସ୍ତୃତ ଆଲୋଚନା ହେବ।

ଏପଟେ ଆସନ ବୁଝାମଣାକୁ ନେଇ ସିପିଆଇ ସହ କଂଗ୍ରେସ ରାଜ୍ୟ ନେତୃତ୍ୱଙ୍କ ମାର୍ଚ୍ଚ ୨ତାରିଖରେ ହୋଇଥିବା ବୈଠକରେ କୌଣସି ସ୍ପଷ୍ଟ ମତ ଆସିପାରିନି। ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ଆଲୋଚନା ହୋଇଛି। ପ୍ରଦେଶ କଂଗ୍ରେସର ନିର୍ବାଚନ କମିଟି ବୈଠକ ପରେ ଯାଇ ଏ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ।

ତେଣୁ ଆସନ ବୁଝାମଣା କରି କଂଗ୍ରେସ ରାଜ୍ୟରେ ଅଧିକ ଆସନ ହାସଲ କରିବା ପାଇଁ ରଖିଥିବା ଲକ୍ଷ୍ୟ ଏବେ ଏସବୁ ଦଳର ମୂଲଚାଲ୍ ଯୋଗୁ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।



from Odisha Reporter https://ift.tt/2XD77S1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages