ଶକ୍ତିପ୍ରଦର୍ଶନ ସହ ନାମାଙ୍କନ ଭରିଲେ ଅମିତ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଶକ୍ତିପ୍ରଦର୍ଶନ ସହ ନାମାଙ୍କନ ଭରିଲେ ଅମିତ ଶାହ

ଗାନ୍ଧିନଗର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଗୁଜରାଟର ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ପୂର୍ବରୁ ଗାନ୍ଧିନଗରରେ ଶ୍ରୀ ଶାହ ଏକ  ଶୋଭାଯାତ୍ରା କରିଥିଲେ। ଏହି ସଭାରେ ଏନ୍‌ଡିଏର ହେଭିୱେଟ ନେତାମାନେ ଉପସ୍ଥିତ ରହି ବିରୋଧୀଙ୍କୁ ନିଜର ଶକ୍ତିପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି।
 
ଗୃହମନ୍ତ୍ରୀ ରାଜନାଥ ସିଂହ ରୋଡ ଶୋ’ ବେଳେ କହିଛନ୍ତି ଅମିତ ଶାହ ସାଢ଼େ ଚାରି ବର୍ଷରେ ଦଳର ଅଧ୍ୟକ୍ଷ ହେବା ଭିତରେ ଅନେକ କିଛି କରିବାରେ ସକ୍ଷମ ହୋଇଛନ୍ତି। ଯାହାକୁ ସେ ନିଜେ ସଭାପତି ଥିବାବେଳେ ମଧ୍ୟ ଆକଳନ କରିପାରି ନଥିଲେ ବୋଲି କହି ଅମିତ ଶାହଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି। ‘ଚୌକିଦାର ପିଓର୍ ହୈ, ଫିର ଏକ ବାର ମୋଦି ସରକାର ସିଓର୍ ହୈ’  ବୋଲି ସେ କହିଥିଲେ।
 
ଏଥିସହ ସବୁ ନେତା ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦେଶବାସୀ ଏକାଠି ହୁଅନ୍ତୁ ବୋଲି ଭୋଟରଙ୍କୁ ନିବେଦନ କରିଛନ୍ତି।
 
ତେବେ ଏହି ରୋଡ୍ ଶୋ’ ବେଳେ ପୂର୍ବତନ ସାଂସଦ ଲାଲକୃଷ୍ଣ ଆଡଭାନୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ଟିକେଟ ନମିଳିବାରୁ ୯୧ ବର୍ଷୀୟ ଦେଶର ଏହି ବରିଷ୍ଠ ନେତା ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।
 
ପୂର୍ବରୁ ଏହି ଆସନରୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ନିର୍ବାଚନ ଲଢୁଥିଲେ। ପ୍ରଥମେ ୧୯୯୧ ମସିହାରୁ ଆଡଭାନୀ କଂଗ୍ରେସ ପ୍ରାର୍ଥୀଙ୍କୁ ୧.୨୫ ଲକ୍ଷ ଭୋଟରେ ହରାଇ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୪ ନିର୍ବାଚନରେ ପାଖାପାଖି ସାଢ଼େ ୪ ଲକ୍ଷ ଭୋଟରେ ଆଡଭାନୀ ଜିତିଥିଲେ। ତେବେ ୧୯୯୬ ମସିହାରେ ଆଡଭାନୀ ନିର୍ବାଚନ ଲଢିନଥିବାରୁ ରହି ଆସନରେ ବାଜପେୟୀ ଲଢ଼ି ଜିତିଥିଲେ। ୧୯୯୮ ମସିହାରୁ ଏହି ଆସନ ବିଜେପି ହାତରେ ରହିଛି।


from Odisha Reporter https://ift.tt/2U6cye1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages