ବିଜୁ ଜୟନ୍ତୀରେ ନିଜ ସଫଳତା ବଖାଣିବେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ବିଜୁ ଜୟନ୍ତୀରେ ନିଜ ସଫଳତା ବଖାଣିବେ ସରକାର

bjd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ଆଚରଣ ବିଧି ଲାଗୁ ହେବାର ସମ୍ଭାବନା ରହିଥିବା ବେଳେ ବିଜେଡି ସରକାର ନିଜର ସଫଳତା ବଖାଣିବାକୁ ରଣନୀତି ପ୍ରସ୍ତୁତ କରିଛି। ଆସନ୍ତାକାଲି ବିଜୁ ଜୟନ୍ତୀ ଅବସରରେ ରାଜ୍ୟ ମନ୍ତ୍ରିପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଛି। ଏହି ବୈଠକ ପରେ ବିଜେଡି ସରକାର ନିଜର ସଫଳତାର ଲମ୍ବା ତାଲିକା ଗଣମାଧ୍ୟମ ଜରିଆରେ ଲୋକଙ୍କ ଆଗରେ ରଖିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଅପରାହ୍ନ ୪ଟା ୧୫ମିନିଟରେ ମନ୍ତ୍ରିପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଛି। ୨୦୧୪ ସାଧାରଣ ନିର୍ବାଚନରେ ବିଜୟୀ ହେବାପରେ ମେ’ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ସେହି ଦିନ ହିଁ ମନ୍ତ୍ରିପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡାକି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନରେ ତାଙ୍କ ଦଳ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ସରକାରୀ ଭାବେ ଅନୁମୋଦନ କରାଇଥିଲେ। ଆଉ ଏହି ନିର୍ବାଚନୀ ଇସ୍ତାହାର ମଧ୍ୟରୁ କେତେ ପୂରଣ ହୋଇଛି ତା’ର ଚିଠା ତାଲିକା ବିଜେଡି ସରକାର ରଖିବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2ENIIlv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages