
ଲିବ୍ରେଭିଲ୍: ଗ୍ୟାବୋନିଜ୍ ଫାଷ୍ଟ ଡିଭିଜନ୍ ଫୁଟବଲ ମ୍ୟାଚ୍ ବେଳେ ଦୁର୍ଘଟଣାରେ ଜଣେ ଖେଳାଳିଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମୁକାବିଲା ବେଳେ ଆକାଣ୍ଡା ଏଫସି ଦଳର ହର୍ମନ୍ ସିଙ୍ଗା ନାମକ ଫୁଟବଲ ଖେଳାଳିଙ୍କର ପ୍ରତିପକ୍ଷ ମିସାଇଲ୍ ଏଫସି ଦଳର ଖେଳାଳିଙ୍କ ସହ ଧକ୍କା ହୋଇଥିଲା।
ଏହା ପରେ ହର୍ମନ୍ ସେହିଠାରେ ହିଁ ଅଚେତ୍ ହୋଇପଡ଼ିଥିଲେ ଏବଂ ହସ୍ପିଟାଲ ନିଆଯିବା ସମୟରେ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ୧୨ ବର୍ଷ ମଧ୍ୟରେ ଗ୍ୟାବୋନେଜ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମୟରେ ଏହା ସପ୍ତମ ମୃତ୍ୟୁ ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି। ହର୍ମନଙ୍କ ଅକାଳ ମୃତ୍ୟୁରେ ତାଙ୍କ କ୍ଲବ୍ ଗଭୀର ଶୋକ ପ୍ରକାଶ କରିଛି।
from Odisha Reporter https://ift.tt/2EC0Gpw
No comments:
Post a Comment