
ହାଇଦ୍ରାବାଦ: ନିର୍ବାଚନରେ ଟିକେଟ ଦେବା ପାଇଁ କଂଗ୍ରେସ କୋଟି କୋଟି ଟଙ୍କା ଦାବି କରୁଛି। କଂଗ୍ରେସର ପୂର୍ବତନ ଏଆଇସିସି ସେକ୍ରେଟାରୀ ପି ସୁଧାକର ରେଡ୍ଡି ଏଭଳି ଅଭିଯୋଗ ଆଣି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖି ଜଣାଇବା ସହ ଇସ୍ତଫା ଦେଇଛନ୍ତି।
“କଂଗ୍ରେସ ତା’ର ମୌଳିକ ଆଦର୍ଶ ଓ ଚିନ୍ତାଧାରା ହରାଇ ବସିଛି, ଦଳ ନେତା ବାଛିବା ସ୍ଥାନରେ ଦଳୀୟ କର୍ମୀଙ୍କ ପାଖରୁ ଟଙ୍କା ଆଦାୟ କରି ବ୍ୟବସାୟ ଉପରେ ଅଧିକ ଗୁରୁତ୍ବ ଦେଉଛି । ୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଟଙ୍କା ନେଇ ଟିକେଟ ଦେଉଥିଲା, ଏବେ ଏମଏଲସି ଓ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ଦଳ ପ୍ରାର୍ଥୀଙ୍କ ପାଖରୁ ଟଙ୍କା ଦାବି କରୁଛି। ଯାହାକି ମୋତେ ମର୍ମାହତ କରିଛି ଏବଂ ଦଳରୁ ଇସ୍ତଫା ଦେବା ପାଇଁ ମୁଁ ବାଧ୍ୟ ହୋଇଛି” ବୋଲି ପି.ସୁଧାକର ରେଡ୍ଡି ରାହୁଲ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।
ଗ୍ରାଉଣ୍ଡ ଲେଭେଲରେ ଏଭଳି ସ୍ଥିତିର ସମାଧାନ ପାଇଁ ଚେଷ୍ଟା କରିଛି, ଏ ନେଇ ହାଇକମାଣ୍ଡଙ୍କୁ ଅବଗତ କରାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମିଡଲମ୍ୟାନଙ୍କ ଯୋଗୁ ପ୍ରତ୍ୟକ୍ଷ ଯୋଗାଯୋଗ ସମ୍ଭବ ହୋଇପାରିନି ବୋଲି ନିଜ ଇସ୍ତଫା ପତ୍ରରେ ସୁଧାକର ରେଡ୍ଡି କହିଛନ୍ତି।
from Odisha Reporter https://ift.tt/2CJjYJK
No comments:
Post a Comment