ମୋଦି, ରାହୁଲ ଓ ସୋନିଆଙ୍କ ଭୋଟ ତାରିଖ କେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ମୋଦି, ରାହୁଲ ଓ ସୋନିଆଙ୍କ ଭୋଟ ତାରିଖ କେବେ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଔପଚାରିକ ଭାବେ ତାରିଖ ଘୋଷଣା ହୋଇଯାଇଛି। ଦେଶର ୫୪୩ଟି ଲୋକସଭା ଆସନରେ ଏଥର ୭ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ।

ଏବେ ହାଇପ୍ରୋଫାଇଲ୍‌ ରାଜନେତାମାନେ ଯେଉଁ ସବୁ ସ୍ଥାନରେ ପ୍ରାର୍ଥୀ ହେବେ, ତା’ର ଭୋଟ୍‌ ତାରିଖ ଉପରେ ସମସ୍ତଙ୍କ ନଜର। ଏହି ହାଇପ୍ରୋଫାଇଲ୍‌ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ଅନ୍ୟ ନେତା ରହିଛନ୍ତି। ରାହୁଲ ଗାନ୍ଧି ପୂର୍ବଭଳି ଆମେଠି ଓ ସୋନିଆ ଗାନ୍ଧି ରାଏବରେଲୀରୁ ନିର୍ବାଚନ ଲଢ଼ିବେ। ତେବେ ଆସନ୍ତୁ ଜାଣିବା କେବେ ଓ କେଉଁଠି ହେବ ଭୋଟ୍‌

ଉତ୍ତର ପ୍ରଦେଶରେ ସର୍ବାଧିକ ହାଇପ୍ରୋଫାଇଲ୍‌ ନେତା ନିର୍ବାଚନ ଲଢ଼ିବେ। ଏଠାରେ ଲୋକସଭା ଆସନ ସଂଖ୍ୟା ୮୦। ଏଠାରେ ସବୁଠାରୁ ଅଧିକ ହାଇପ୍ରୋଫାଇଲ୍‌ ନେତା ପ୍ରାର୍ଥୀ ହୋଇଥାଆନ୍ତି।

ଉତ୍ତର ପ୍ରଦେଶର ବାରାଣସୀ ଆସନରୁ ମୋଦି ନିର୍ବାଚନ ଲଢ଼ିବେ। ଏଠାରେ ୭ମ ପର୍ଯ୍ୟାୟରେ ଅର୍ଥାତ ମେ’ ୧୯ରେ ଭୋଟ୍‌ ଗ୍ରହଣ ହେବ। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶର ଆମେଠି ଓ ରାଏବରେଲୀରେ ୬ଷ୍ଠ ପର୍ଯ୍ୟାୟରେ ଭୋଟ୍‌ ହେବ। ଅର୍ଥାତ ରାହୁଲ ଓ ସୋନିଆ ପ୍ରାର୍ଥୀ ହୋଇଥିବା ନିର୍ବାଚନମଣ୍ଡଳୀରେ ମେ’ ୬ରେ ଭୋଟ୍‌ ହେବ।

ଚଳିତ ବର୍ଷ ରାହୁଲଙ୍କ ବିପକ୍ଷରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ଏଠାରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯିବ ନାହିଁ। ତେଣୁ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ।

ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ଗୋରଖପୁର ଆସନ ଉପରେ ସମସ୍ତ ନଜର ରହିଛି। ଲକ୍ଷ୍ନୌରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପ୍ରାର୍ଥୀ ହେବେ। ଲକ୍ଷ୍ନୌ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରୀ ବାଜେପୟୀଙ୍କ କର୍ମଭୂମି। ସେହିପରି ଗୋରଖପୁରରୁ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଲଢ଼ୁଥିଲେ। ସେ ଏହି ଆସନ ଛାଡ଼ି ମୁଖ୍ୟମନ୍ତ୍ରୀ ହେବାରୁ ଉପ ନିର୍ବାଚନ ହୋଇଥିଲା। ଯେଉଁଥିରେ ବିଜେପି ହାରିଥିଲା।

ଏହି ଦୁଇ ଆସନରେ ମେ’ ୧୯ରେ ଭୋଟ୍‌ ହେବ। ଉତ୍ତର ପ୍ରଦେଶର ମୈନପୁରରୁ ସପାର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ନିର୍ବାଚନ ଲଢ଼ିବେ। ଏଠାରେ ୩ୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୩ରେ ଭୋଟ ହେବ। ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଏଥର କନୌଜ ଆସନରୁ ଲଢ଼ିବେ। ଏଠାରେ ୨୯ ଏପ୍ରିଲରେ ଭୋଟ୍‌ ହେବ।

ମଧ୍ୟପ୍ରଦେଶରେ ଥିବା ହାଇପ୍ରୋଫାଇଲ୍‌ ସିଟ୍ ଗୁଡ଼ିକ ମଧ୍ୟରେ ଥିବା ଛିନ୍ଦୱାଡାରେ ଏପ୍ରିଲ ୨୯ରେ ଭୋଟ ହେବ। ସେହିପରି ଜ୍ୟୋତିରାଦିତ୍ୟଙ୍କ ଗୁନା ଆସନରେ ୧୨ ତାରିଖରେ ଭୋଟ ହେବ। କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିଦିଶା ଆସନରେ ଭୋଟ ୧୨ ତାରିଖରେ ହିଁ ହେବ। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ନିର୍ବାଚନମଣ୍ଡଳୀ ଇନ୍ଦୋରରେ ମେ’ ୧୯ରେ ଭୋଟ ଗ୍ରହଣ ହେବ।



from Odisha Reporter https://ift.tt/2tYukAu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages