ଷଷ୍ଠ ରାଜ୍ୟ ଟେଲି ସମ୍ମାନ: ତରଙ୍ଗର ‘ନୂଆବୋହୂ’କୁ ମିଳିଲା ୫ଟି ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଷଷ୍ଠ ରାଜ୍ୟ ଟେଲି ସମ୍ମାନ: ତରଙ୍ଗର ‘ନୂଆବୋହୂ’କୁ ମିଳିଲା ୫ଟି ପୁରସ୍କାର

nuabohu

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଷଷ୍ଠ ରାଜ୍ୟ ଓଡ଼ିଆ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟେଲି ଜଗତର ବିଭିନ୍ନ କ୍ଷେତ୍ରର କଳାକାର ମାନଙ୍କୁ ସମ୍ମାନିତ କରାଯାଇଛି। ଶ୍ରେଷ୍ଠ ଟେଲି ଫିଲ୍ମ ପାଇଁ ‘ରଗଡା’କୁ ପୁରସ୍କୃତ କରାଯାଇଛି। ଟେଲି ଫିଲ୍ମ ‘ ନିରୁପାୟ’ ପାଇଁ ସାରଦା ପ୍ରସନ୍ନ ସ୍ୱାଇଁଙ୍କୁ ମିଳିଛି ଶ୍ରେଷ୍ଠ ଟେଲି ଫିଲ୍ମ ନିର୍ଦ୍ଦେଶକ ପୁରସ୍କାର।

ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ସିରିଏଲ ‘ନୂଆବୋହୂ’କୁ ମିଳିଛି ଶ୍ରେଷ୍ଠ ଟେଲି ଧାରାବାହିକ ପୁରସ୍କାର। ଏଥିସହ ଏହି ଧାରାବାହିକରେ ଅଭିନୟ କରିଥିବା ଜଗଜିତ୍‌ ପାଲ୍‌ଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର, ମିତାଲୀ ସରଘରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ମୃତ୍ୟୁଞ୍ଜୟ କର(କେକେ)ଙ୍କୁ ଶ୍ରେଷ୍ଠ ଖଳନାୟକ ପୁରସ୍କାର ଓ କାହାଣୀ ଲେଖିଥିବା ସୋନାଲି ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ କାହାଣୀକାର ଭାବେ ପୁରସ୍କୃତ କରାଯାଇଛି।

ଏଥିସହ ‘ଟୁପର ଟାପୁର’ରେ ଅଭିନୟ କରିତିବା ଏଲି ପାଢ଼ୀଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ଓ ବରଦା ପ୍ରସନ୍ନ ପାତ୍ରଙ୍କୁ ଶ୍ରେଷ୍ଠ ଖଳନାୟକ ଭବେ ପୁରସ୍କୃତ କରାଯାଇଛି।

‘ନୂଆବୋହୂ’ପରି ରାଜକନ୍ୟାଙ୍କୁ ବି ମିଳିଛି ୪ଟି ପୁରସ୍କାର।

ଏହାସହିତ ଶ୍ରେଷ୍ଠ ଚରିତ୍ର ଅଭିନେତା, ସଂଳାପ ଲେଖକ, ସଂପାଦନା, ଚିତ୍ରନାଟ୍ୟ, ଶିଶୁ କଳାକାର ପ୍ରଭୃତି ୨୦ ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି ।

ଚଳଚିତ୍ର ଭଳି ଟେଲି କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬ ବର୍ଷ ହେଲା ଏହି ପୁରସ୍କାର ଉତ୍ସବ ଆୟୋଜନ କରାଯାଉଛି।



from Odisha Reporter https://ift.tt/2H8ojZU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages