ରାହୁଲଙ୍କ ଧର୍ମ ପରିଚୟକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ରାହୁଲଙ୍କ ଧର୍ମ ପରିଚୟକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡ଼େ ଆଜି ପୁଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସର ବିଭିନ୍ନ ନେତା ଭାରତୀୟ ବାୟୁସେନା ବାଲାକୋଟରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରଶ୍ନ ଉଠାଉଥିବାରୁ ଶ୍ରୀ ହେଗଡ଼େ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ ଯଦି ରାହୁଲ ଗାନ୍ଧି ସେ ବ୍ରାହ୍ମଣ ବୋଲି ଡିଏନ୍‌ଏ ରିପୋର୍ଟ ଦେବେ, ତା’ହେଲେ କଂଗ୍ରେସକୁ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ଦିଆଯିବ।”

କର୍ଣ୍ଣାଟକାର ଏକ ନିର୍ବାଚନ ସମାବେଶରେ ଉଦ୍‌ବୋଧନ ଦେଇ ହେଗଡ଼େ କହିଛନ୍ତି, “ଏୟାର ଷ୍ଟ୍ରାଇକ୍‌ ପରେ ସମଗ୍ର ବିଶ୍ୱ ଆମ ବୀରତ୍ୱ ଓ ପରାକ୍ରମ ସମ୍ପର୍କରେ କହୁଛି। କିନ୍ତୁ କିଛି ଲୋକ ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଛନ୍ତି। କିନ୍ତୁ ଜଣେ ମୁସଲିମଙ୍କ ପୁଅ କେମିତି ବ୍ରାହ୍ମଣ ହେବ? ତାଙ୍କ ନାଁ କେମିତି ଗାନ୍ଧି ହେଲା? ରାହୁଲ ଗାନ୍ଧି ଜଣେ ପରଦେଶୀ। ସେ ବ୍ରାହ୍ମଣ ବୋଲି ପ୍ରଥମେ ଡିଏନ୍‌ଏ ପ୍ରମାଣ ଦିଅନ୍ତୁ।”

ଶ୍ରୀ ହେଗଡ଼େ ପୂର୍ବରୁ ଅନେକ ଥର କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଅତ୍ୟନ୍ତ ଅରୁଚିକର ଓ ଅବାନ୍ତର ମନ୍ତବ୍ୟ ଦେବାର ନଜିର ରହିଛି।



from Odisha Reporter https://ift.tt/2ETbzUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages