
ଜୟପୁର: ଅଷ୍ଟ୍ରେଲିଆର ମହାନ ସ୍ପିନର ଓ ରାଜସ୍ଥାନ ରୟାଲ୍ସର ବ୍ରାଣ୍ଡ ଆମ୍ବାସାଡର ଶେନ ୱାର୍ଣ୍ଣ ଆଇପିଏଲ ମ୍ୟାଚରେ ଜୋସ ବଟଲରଙ୍କୁ ମାଙ୍କାଡିଙ୍ଗ କରିବା ମାମଲାରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ୱାର୍ଣ୍ଣ କହିଛନ୍ତି, ଅଶ୍ୱିନଙ୍କ ବ୍ୟବହାର ନିନ୍ଦନୀୟ ଓ ଲଜ୍ଜାଜନକ, ଯାହା ଖେଳଭାବନାର ସମ୍ପୂର୍ଣ୍ଣ ବୀପରିତ। ଜଣେ କ୍ରିକେଟର ଓ ମଣିଷ ଭାବେ ଅଶ୍ୱିନ ମୋତେ ନିରାଶ କରିଛନ୍ତି।
ସବୁ ଆଇପିଏଲ ଅଧିନାୟକ ଖେଳୁଆଡ ମନୋଭାବ ସହ ଖେଳିବା ପାଇଁ ଚୁକ୍ତିରେ ସ୍ବାକ୍ଷର କରନ୍ତି। କିନ୍ତୁ ଅଧିନାୟକ ଭାବେ ଅଶ୍ୱିନ ଯେଭଳି ଆଚରଣ କଲେ, ତାହା ନିନ୍ଦନୀୟ। ମୁଁ ଆଶା କରୁଛି ଯେ, ବିସିସିଆଇ ଏଭଳି ବ୍ୟବହାରକୁ ବରଦାସ୍ତ କରିବ ନାହିଁ। ଜଣେ ଅଧିନାୟକର କାମ ହେଉଛି ଟିମକୁ ଆଗକୁ ନେବା ଏବଂ ଟିମ ସ୍ପିରିଟ୍ ସହ ଖେଳିବା। କିନ୍ତୁ ଅଶ୍ୱିନ ଏହାର ବୀପରିତ କାମ କଲେ। ଏଭଳି ବ୍ୟବହାର ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ ବୋଲି ୱାର୍ଣ୍ଣ କହିଛନ୍ତି।
ୱାର୍ଣ୍ଣ ଆହୁରି କହିଛନ୍ତି, ଯଦି ବେନ ଷ୍ଟୋକ୍ସ ବିରାଟ କୋହଲିଙ୍କ ସହ ଏଭଳି କରିଥାନ୍ତେ, ତାହେଲେ ମୋତେ ଆଶ୍ଚର୍ଯ୍ୟ ହୋଇନଥାନ୍ତା। ଅଶ୍ୱିନଙ୍କ ଏଭଳି ବ୍ୟବହାର ଦ୍ୱାରା କିଙ୍ଗସ ଇଲେଭେନ ପଞ୍ଜାବ ତା’ର ଅନେକ ପ୍ରଶଂସକଙ୍କୁ ହରାଇବ। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ କହିଛନ୍ତି, ଅଶ୍ୱିନଙ୍କୁ ସମର୍ଥନ କରୁଥିବା କ୍ରିକେଟ ପଣ୍ଡିତ ଓ ଭାରତର ପୂର୍ବତନ ଖେଳାଳିମାନଙ୍କୁ ମୁଁ ପଚାରିବାକୁ ଚାହୁଁଛି, ଯଦି କୋହଲି ବ୍ୟାଟିଂ କରୁଥାନ୍ତେ, ତାହେଲେ କ’ଣ ଆପଣ ଏହାର ସମର୍ଥନ କରିଥାନ୍ତେ।
from Odisha Reporter https://ift.tt/2FonN7m
No comments:
Post a Comment