ଡୋଭାଲ ଏବଂ ଆସ୍ଥାନାଙ୍କ ଫୋନ୍‌ ଟ୍ୟାପିଂ କରାଯାଇନଥିଲା: ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଡୋଭାଲ ଏବଂ ଆସ୍ଥାନାଙ୍କ ଫୋନ୍‌ ଟ୍ୟାପିଂ କରାଯାଇନଥିଲା: ସିବିଆଇ

CBI-Office-Building

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ପୂର୍ବତନ ସିବିଆଇ ଅଧିକାରୀ ରାକେଶ ଅସ୍ଥାନାଙ୍କର ଫୋନ୍‌ କେବେ ମଧ୍ୟ ଟ୍ୟାପିଂ କରାଯାଇନାହିଁ ବୋଲି ସିବିଆଇ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଛି। ସେମାନଙ୍କ କରାଯାଇଥିବା ଅଭିଯୋଗର ତଦନ୍ତ କରିବା ପାଇଁ ହୋଇଥିବା ଆବେଦନର ଉତ୍ତରରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି, ଜାତୀୟ ସୁରକ୍ଷା ଦୃଷ୍ଟିରୁ କରାଯାଉଥିବା ‘ଇଣ୍ଟରେସେପ୍ସନ୍‌’ ବା ଟ୍ୟାପିଂ ସମୟରେ ଏଥିପାଇଁ ରହିଥିବା ବିଧି ବ୍ୟବସ୍ଥାକୁ କଡ଼ାକଡ଼ି ଭାଵେ ପାଳନ କରାଯାଏ।

ସିବିଆଇର ଲିଖିତ ଜବାବରେ କୁହାଯାଇଥିଲା, ସିବିଆଇ ପକ୍ଷରୁ କୌଣସି ଟେଲିଫୋନ୍‌ ବେଆଇନ ଭାବରେ ଟ୍ୟାପିଂ କରାଯାଇନାହିଁ। ଭାରତୀୟ ଟେଲିଗ୍ରାଫ୍‌ ଆଇନ ଅନୁଯାୟୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ଯାଇ ଟ୍ୟାପିଂ କରାଯାଇଛି।

ସିବିଆଇର ତତ୍କାଳୀନ ଦୁଇ ଶୀର୍ଷ ଅଧିକାରୀ ସିବିଆଇ ମୁଖ୍ୟ ଆଲୋକ ବର୍ମା ଏବଂ ତାଙ୍କ ଜୁନିୟର ରାକେଶ ଅସ୍ଥାନାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହେବାପରେ ପରସ୍ପର ବିରୋଧରେ ଦୁହେଁ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଅଭିଯୋଗ ଆସିଥିଲା ଏହି ରାଗରେ ହୁଏତ ବର୍ମା ଅସ୍ଥାନାଙ୍କ ଫୋନ୍‌ ଟ୍ୟାପିଂ କରାଇଥାଇପାରନ୍ତି।



from Odisha Reporter https://ift.tt/2FDYiAF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages