‘ଲିଓ’ ସ୍ୟାଟେଲାଇଟ୍ ବିଷୟରେ ଜଣା ଅଜଣା ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

‘ଲିଓ’ ସ୍ୟାଟେଲାଇଟ୍ ବିଷୟରେ ଜଣା ଅଜଣା ତଥ୍ୟ

ନୂଆଦିଲ୍ଲୀ:ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମିସାଇଲ ମାଡ଼ କରି ମହାକାଶରେ ସକ୍ରିୟ ଥିବା ଏକ ‘ଲିଓ’ ସ୍ୟାଟେଲାଇଟ୍‌କୁ ଖସାଇବା ପରେ ଏପରି କରିବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହୋଇପାରିଛି ଭାରତ। ଆସନ୍ତୁ ଜାଣିବା କ’ଣ ଏହି ‘ଲିଓ’ ସ୍ୟାଟେଲାଇଟ୍।

‘ଲିଓ’ ସ୍ୟାଟେଲାଇଟ୍‌ କ’ଣ
ଲୋ ଆର୍ଥ ଅର୍ବିଟ୍‌ ବା ନିମ୍ନ ଭୂକକ୍ଷ ସ୍ୟାଟେଲଇଟ୍‌କୁ ସଂକ୍ଷେପରେ ଲିଓ ସ୍ୟାଟେଲାଇଟ୍‌ କୁହାଯାଏ, ଯାହାକି ଟେଲି ଯୋଗାଯୋଗ କାର୍ଯ୍ୟରେ ଲାଗିଥାଏ। ଏହା ପୃଥିବୀପୃଷ୍ଠରୁ ୨୦୦୦ କିଲୋମିଟର ଯାଏ ଦୂରରେ ପ୍ରଦିକ୍ଷଣ କରିଥାଏ। ତୁରନ୍ତ ଇମେଲ୍‌ ଓ ଭିଡିଓ କନ୍‌ଫରେନ୍ସିଂ ପରି କାର୍ଯ୍ୟରେ ଜରୁରି ହେଉଥିବା ଡାଟା କମ୍ୟୁନିକେସନ୍‌ ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଏ। ଏହା ଦ୍ରୁତ ଗତିରେ ପ୍ରଦିକ୍ଷଣ କରିଥାଏ ଏବଂ ପୃଥିବୀ ଘୂରିବା ସହିତ ବିଶେଷ କିଛି ସମ୍ପର୍କ ରଖିନଥାଏ। ବିଚ୍ଛିନ୍ନାଞ୍ଚଳ ଏବଂ ନେଟ୍‌ୱର୍କ ଯୋଗାଇ ହେଉନଥିବା ସ୍ଥାନରେ ଏହାର ବ୍ୟବହାର କରାଯାଏ। ଏହା କିଛି ପର୍ଯ୍ୟବେକ୍ଷଣ କରିବା ଏବଂ କାହା ଉପରେ ଗୁଇନ୍ଦା ନଜର ରଖିବାରେ ମଧ୍ୟ ବ୍ୟବହୃତ ହୋଇଥାଏ।

ଏହା ଜିଓଠାରୁ କିଭଳି ଭିନ୍ନ
ଜିଓସିଙ୍କ୍ରୋନସ୍‌ ଇକ୍ୟୁଟୋରିଆଲ ଅର୍ବିଟ୍‌ (ଜିଓ) ବା ଜିଓ ଷ୍ଟେସନାରୀ ସ୍ୟାଟେଲାଇଟ୍‌ ପାଣିପାଗ ପୂର୍ବାନୁମାନ, ସ୍ୟାଟେଲାଇଟ୍‌ ରେଡିଓ ଓ ଟେଲିଭିଜନ୍‌ ଆଦିରେ ବ୍ୟବହାର ହୁଏ। ଲିଓଠାରୁ ଏହାର ସିଗ୍‌ନାଲ କ୍ଷମତା ଅଧିକ। ଜିଓ ପ୍ରଦିକ୍ଷଣ କରେନାହିଁ, ତେଣୁ ସିଗ୍‌ନାଲ ଆଉଟ୍‌ପୁଟ୍‌ ଦୃଢ଼ ଥାଏ। ଲଇଓଠାରୁ ଆକାରରେ ମଧ୍ୟ ଏଗୁଡ଼ିକ ବଡ଼।



from Odisha Reporter https://ift.tt/2CB6EGX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages