ସନରାଇଜର୍ସକୁ ୬ ୱିକେଟରେ ହରାଇଲା କେକେଆର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ସନରାଇଜର୍ସକୁ ୬ ୱିକେଟରେ ହରାଇଲା କେକେଆର୍

କୋଲକାତା: ନୀତୀଶ ରାଣା ଓ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଛି।

ଉକ୍ତ ମ୍ୟାଚରେ ସନରାଇଜର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୮୧ ରନ୍ କରିଥିଲା। ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୮୫ ରନ୍ ଓ ବିଜୟ ଶଙ୍କର ଦ୍ରୁତ ୪୦* ରନ୍ କରିଥିଲେ। ଜବାବରେ କେକେଆର ୧୯.୪ ଓଭରରେ ୪ ୱିକେଟ ହରାଇ ୧୮୩ ରନ୍ କରି ବିଜୟୀ ହୋଇଛି। କେକେଆର ପକ୍ଷରୁ ନୀତୀଶ ସର୍ବାଧିକ ୬୮ (୪୭ ବଲ୍, ୮ ଚୌକା, ୩ ଛକା), ରସେଲ ଅପରାଜିତ ୪୯ (୧୯ ବଲ, ୪ ଚୌକା, ୪ ଛକା) ଓ ଶୁବମାନ ଗିଲ୍ ୧୮ (୧୦ ବଲ, ୨ ଛକା) ରନ୍ କରିଛନ୍ତି।

୧୮୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା କେକେଆରକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର କ୍ରିସ ଲିନ ମାତ୍ର ୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ନୀତୀଶ ଓ ରବିନ ଉଥାପ୍ପା ଦ୍ୱିତୀୟ ୱିକେଟ ପାଇଁ ୮୦ ରନର ଭାଗୀଦାରୀ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଉଥାପ୍ପା ୩୫ (୨୭ ବଲ, ୩ ଚୌକା, ୧ ଛକା) ରନ୍ କରି ସିଦ୍ଧାର୍ଥ କୌଲଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଧିନାୟକ ଦିନେଶ କାର୍ତ୍ତିକ ମାତ୍ର ୨ ରନ୍ କରି ଆଉଟ ହୋଇଥିଲେ। ନୀତୀଶ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବା ଚେଷ୍ଟାରେ ଆଉଟ ହୋଇଯାଇଥିଲେ। ତାଙ୍କୁ ରଶିଦ୍ ଖାନ୍ ଏଲବିଡବ୍ଲ୍ୟୁ ଆଉଟ କରିଥିଲେ। ଏହା ପରେ ରସେଲ ଓ ଗିଲ ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ। ଦୁହେଁ ପଞ୍ଚମ ୱିକେଟ ପାଇଁ ଅପରାଜିତ ୬୫ ରନ୍ ଯୋଡ଼ି କେକେଆରକୁ ବିଜୟୀ କରାଇଥିଲେ। ସନରାଇଜର୍ସ ପକ୍ଷରୁ ସାକିବ ଅଲ ହାସନ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ ଓ ରଶିଦ୍ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ସନରାଇଜର୍ସ ତା’ର ନିୟମିତ ଅଧିନାୟକ କେନ୍ ୱିଲିୟମସନଙ୍କ ବିନା ଖେଳିବାକୁ ଓହ୍ଲାଇଥିଲା। ତାଙ୍କ ବଦଳରେ ଭୁବନେଶ୍ୱର କୁମାର ଆଇପିଏଲରେ ଅଧିନାୟକ ଭାବେ ଡେବ୍ୟୁ କରିଛନ୍ତି। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ସନରାଇଜର୍ସ ପାଇଁ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋ ଇନିଂସ୍ ଓପନ୍ କରିବାକୁ ଆସିଥିଲେ। ଦୁହେଁ ଆରମ୍ଭରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ବଲ ଟ୍ୟାମ୍ପରିଂ ଅଭିଯୋଗରେ ବାସନ୍ଦାଦେଶ କାଟିଥିବା ୱାର୍ଣ୍ଣର ନିଜର ଆଇପିଏଲ ପ୍ରତ୍ୟାବର୍ତ୍ତନରେ ଏଭଳି ଦମଦାର ବ୍ୟାଟିଂ କରିବେ ବୋଲି କେହି ଆଶା କରିନଥିଲେ।

ୱାର୍ଣ୍ଣର ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ମାତ୍ର ୩୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଚଳିତ ଆଇପିଏଲର ମଧ୍ୟ ଏହା ପ୍ରଥମ ଅର୍ଦ୍ଧଶତକ। ଉଭୟ ୱାର୍ଣ୍ଣର ଓ ବେୟାରଷ୍ଟୋ ଦଳକୁ ଏକ ମଜଭୁତ ଆରମ୍ଭ ଦେଇଥିଲେ ଏବଂ ପ୍ରଥମ ୱିକେଟ ପାଇଁ ୭୭ ବଲରେ ୧୧୮ ରନର ଶତକୀୟ ଭାଗୀଦାରୀ କରିଥିଲେ। ବେୟାରଷ୍ଟୋ ୩୫ ବଲରେ ୩ ଚୌକା ଓ ୧ ଛକା ସହ ୩୯ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ୱାର୍ଣ୍ଣର ନିଜ ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ଆନ୍ଦ୍ରେ ରସେଲଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ।

ୱାର୍ଣ୍ଣର ନିଜର ମାରାଥନ ଇନିଂସ ମଧ୍ୟରେ ୫୩ ବଲର ସାମ୍ନା କରି ୯ ଚୌକା ଓ ୩ ଛକା ମାରିଥିଲେ। ଏହା ପରେ ବିଜୟ ଶଙ୍କର ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ଶଙ୍କର ମାତ୍ର ୨୪ ବଲରେ ୨ ଚୌକା ଓ ୨ ଛକା ସହ ୪୦ ଓ ମନିଷ ପାଣ୍ଡେ ୮ ରନ କରି ଅପରାଜିତ ଥିଲେ। ତୃତୀୟ ୱିକେଟ ଭାବେ ୟୁସୁଫ ପଠାନ ୧ ରନ୍ କରି ଆଉଟ୍ ହୋଇଥିଲେ। କେକେଆର ପକ୍ଷରୁ ରସେଲ ୨ଟି ଓ ପୀୟୂଷ ଚାୱଲା ଗୋଟିଏ ୱିକେଟ୍ ନେଇଥିଲେ।



from Odisha Reporter https://ift.tt/2URaNxD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages