ଛତିଶଗଡ଼ରେ କଟିଲା ରମଣ ସିଂହଙ୍କ ପୁଅର ଟିକଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଛତିଶଗଡ଼ରେ କଟିଲା ରମଣ ସିଂହଙ୍କ ପୁଅର ଟିକଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିଜେପି ସପ୍ତମ ପର୍ଯ୍ୟାୟରେ ୯ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଯେଉଁଥିରେ ଛତିଶଗଡ଼ର ୬ଟି ଆସନ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ମେଘାଳୟର ଗୋଟିଏ ଲେଖାଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଛତିଶଗଡ଼ର ମୋଟ ୧୧ଟି ଲୋକସଭା ଆସନରୁ ମାର୍ଚ୍ଚ ୨୧ରେ ପ୍ରଥମେ ୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା।
 
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁଅ ତଥା ସାଂସଦ ଅଭିଷେକ ସିଂହଙ୍କୁ ଟିକେଟ ଦିଆଯାଇ ନାହିଁ। ଛତିଶଗଡ଼ ରାଜନନ୍ଦଗାଓଁରୁ ଅଭିଷେକ ସାଂସଦ ଅଛନ୍ତି। ଏହି ଆସନରେ ସନ୍ତୋଷ ପାଣ୍ଡେଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି।
 
ସୂଚନା ଅନୁଯାୟୀ ବିଜେପି ଚଳିତଥର ୧୦ ସାଂସଦଙ୍କ ଟିକେଟ କାଟିଛି। ସମସ୍ତ ନୂଆ ମୁହଁଙ୍କୁ ଭରସା କରି ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଛତିଶଗଡ଼ କୋବ୍ରାରୁ   ଜ୍ୟୋତି ନନ୍ଦ ଦୁବେ, ବିଳାସପୁରରୁ ଶ୍ରୀ ଅରୁଣ ଶ , ରାଜନନ୍ଦଗାଁଓରୁ ସନ୍ତୋଷ ପାଣ୍ଡେ, ଦୁର୍ଗରୁ ବିଜୟ ବାଘେଲ, ରାୟପୁରରୁ ସୁନୀଲ ସୋନୀ, ମହସମୁଣ୍ଡରୁ ଚୁନିଆଲ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ଦୀର୍ଘ ୧୫ ବର୍ଷ ଧରି ଶାସନ କରିଥିବା ବିଜେପିକୁ ୨୦୧୮ ବିଧାନସଭା ନିର୍ବାଚନରେ ମାତ୍ର ୧୫ଟି ଆସନ ମିଳିଥିବା ବେଳେ କଂଗ୍ରେସ ୬୮ଟି ଆସନ ଜିତି ଥିଲା।
ସେହିପରି ତେଲେଙ୍ଗାନାର ମେଦାକ ଆସନରୁ ରଘୁନନ୍ଦନ ରାଓ, ମେଘାଳୟର ତୁରା ଆସନରୁ ରିକମନ ଡି ମୋମିମ ଏବଂ ମହାରାଷ୍ଟ୍ରର ଭଣ୍ଡାରା-ଗୋନ୍ଦିୟାରୁ ସୁନୀଲ ବାବୁରାଓ ମେଣ୍ଢେରୁ ପ୍ରାର୍ଥୀ ହୋଇଛନ୍ତି।


from Odisha Reporter https://ift.tt/2CAUi1D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages