ବୋର୍ଡିଂ ପାସ୍‌ରୁ ମୋଦି ଓ ରୂପାନିଙ୍କ ଫଟୋ ହଟିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ବୋର୍ଡିଂ ପାସ୍‌ରୁ ମୋଦି ଓ ରୂପାନିଙ୍କ ଫଟୋ ହଟିଲା

ନୂଆଦିଲ୍ଲୀ: ସମାଲୋଚନାର ଶିକାର ହେବା ପରେ ଏୟାର ଇଣ୍ଡିଆ ପକ୍ଷରୁ ବିମାନ ଯାତ୍ରୀଙ୍କୁ ଦିଆଯାଉଥିବା ବୋର୍ଡିଂ ପାସ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ୍‌ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ଫଟୋ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି।

ଏୟାର ଇଣ୍ଡିଆ ମୁଖପାତ୍ର ଧନଞ୍ଜୟ କୁମାର କହିଛନ୍ତି, “ସଂସ୍ଥା ପକ୍ଷରୁ ବୋର୍ଡିଂ ପାସ୍‌ରେ ଭାଇଭ୍ରାଣ୍ଟ ଗୁଜରାଟ୍‌ର ବିଜ୍ଞାପନ ଛପା ଯାଉଥିଲା। ଏଥିରେ ମୋଦି ଓ ରୂପାନିଙ୍କ ଫଟୋ ରହିଥିଲା। ହେଲେ ଏବେ ଏହାକୁ ହଟାଇ ଦେବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ମଧ୍ୟ ଆମେ ଯଦି ଏଭଳି ତୃତୀୟ ପକ୍ଷଙ୍କ ବିଜ୍ଞାପନ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବ, ତା’ହେଲେ ଆମେ ଏହାକୁ ହଟାଇବୁ। ସେହି ଅନୁସାରେ ମୋଦି ଓ ରୂପାନିଙ୍କ ଫଟୋ ହଟାଯିବାକୁ ନିଷ୍ପତ୍ତି ହୋଇଛି।”

ଆଜି ସକାଳେ ପଞ୍ଜାବର ଡିଜିପି ଶଶିକାନ୍ତ ଟ୍ୱିଟ କରି ଏଭଳି ବୋର୍ଡିଂ ପାସ୍‌କୁ ନେଇ ଆପତ୍ତି ଉଠାଇଥିଲେ। ଏଥିସହ ସେ କାହିଁକି ଅଯଥାରେ ଲୋକଙ୍କ ଅର୍ଥ ଖର୍ଚ୍ଚ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ।



from Odisha Reporter https://ift.tt/2Fx6X7z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages