ଆଇପିଏଲ୍ ଟିମ୍ ସହ ଯୋଗଦେଲେ ସ୍ମିଥ୍ ଓ ୱାର୍ଣ୍ଣର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଆଇପିଏଲ୍ ଟିମ୍ ସହ ଯୋଗଦେଲେ ସ୍ମିଥ୍ ଓ ୱାର୍ଣ୍ଣର

ନୂଆଦିଲ୍ଲୀ: ବଲ ଟ୍ୟାମ୍ପରିଂ ମାମଲାରେ ବାସନ୍ଦାଦେଶ କାଟିବା ପରେ ପ୍ରତ୍ୟାବର୍ତ୍ତନ କରିଥିବା ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟିଭେନ୍ ସ୍ମିଥ୍ ରବିବାର ଜୟପୁରରେ ରାଜସ୍ଥାନ ରୟାଲ୍ସର ଆଇପିଏଲ ଶିବିରରେ ଯୋଗ ଦେଇଛନ୍ତି। ସେହିପରି ଦଳର ବିସ୍ଫୋରକ ଓପ୍ନର ଡେଭିଡ୍ ୱାର୍ଣ୍ଣର ମଧ୍ୟ ନିଜ ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ସହ ଯୋଗ ଦେଇଛନ୍ତି। ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଟିମକୁ ପ୍ରତ୍ୟାବର୍ତ୍ତନ ପ୍ରୟାସରେ ଥିବା ସ୍ମିଥ ଆଇପିଏଲରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ।

ଟିମର ବ୍ରାଣ୍ଡ ଆମ୍ବାସାଡର ଶେନ୍ ୱାର୍ଣ୍ଣ କହିଛନ୍ତି, ମୋର ବିଶ୍ୱାସ ଯେ ରନ୍ କରିବାର କ୍ଷୁଧା ଏବେବି ସ୍ମିଥଙ୍କ ପାଖରେ ଥିବ। ସ୍ମିଥ କ୍ରିକେଟ୍ ଖେଳିବା ପାଇଁ ବ୍ୟଗ୍ର। ଏହି ଖେଳ ପ୍ରତି ତାଙ୍କର ଭଲ ପାଇବା ଅଛି ଏବଂ ଏଥିରେ ସେ ମାହିର। ସ୍ମିଥ୍ ଓ ୱାର୍ଣ୍ଣର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି। ସ୍ମିଥଙ୍କ ଅଭିଜ୍ଞତା ଓ ରନ୍ କରିବାର କ୍ଷୁଧା ଟିମ୍କୁ ଫାଇଦା ଦେବ ବୋଲି ୱାର୍ଣ୍ଣ କହିଛନ୍ତି।

ସ୍ମିଥ ଓ ୱାର୍ଣ୍ଣର ଦୁବାଇରେ କୋଚ୍ ଜଷ୍ଟିନ ଲାଙ୍ଗର ଡାକରା ପାଇ ଅଷ୍ଟ୍ରେଲିଆ ଟିମ୍ ସହ ସମୟ ବିତାଇଥିଲେ। ଆଇପିଏଲ୍ ଦୁହିଁଙ୍କ ପାଇଁ ବହୁତ ଖାସ ହେବ, କାରଣ ବିଶ୍ୱକପ୍ ପୂର୍ବରୁ ସେମାନେ ଏଠାରେ ପୂରା ଟୁର୍ଣ୍ଣାମେଣ୍ଟ ଖେଳିବେ। ରୟାଲ୍ସ ଖେଳାଳି ଅଷ୍ଟନ ଟର୍ଣ୍ଣର ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବେ ନାହିଁ, କାରଣ ସେ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ। ସ୍ମିଥ୍ କହିଛନ୍ତି, ଭାରତରେ ଖେଳିବାକୁ ମୁଁ ଭଲ ପାଏ । ଆଇପିଏଲ୍ ଏକ ଆକର୍ଷଣୀୟ ଟୁର୍ଣ୍ଣାମେଣ୍ଟ। ଏଠାରେ ଖେଳିବାର ମଜା ଅଲଗା। ଗତ ଦୁଇ ସପ୍ତାହ ହେବ ମୁଁ ବ୍ୟାଟିଂ ଅଭ୍ୟାସ କରିଆସୁଛି ଏବଂ କୌଣସି ଶଟ୍ ଖେଳିବାକୁ ପ୍ରସ୍ତୁତ। ଆଇପିଏଲରେ ଖେଳିବା ନେଇ ମୁଁ ବହୁତ ଉତ୍ସାହିତ ବୋଲି ସ୍ମିଥ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2FiddAd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages